ଅସାବଧାନତା ପାଇଁ ଚାଲିଗଲା ଡ୍ରାଇଭର ଙ୍କ ଜୀବନ ।
ଚାରିଛକ,(ଏ.ପି ନ୍ୟିୁଜ ସନ୍ତୋଷ ଦାଶ) ଶନିବାର ବିଳମ୍ବିତ ରାତି ରେ ଏକ ହାଇଓ୍ୱା ଯାହା ନମ୍ବର ଓ ଡି ଜିରୋ ଫାଇଭ ସି ଏ ୫୫୨୫ ମୋରମ ବୋଝେଇ କରି ନେଇ ନିକଟସ୍ଥ ବାହାରେଣା ପଞ୍ଚାୟତ ର ଓଡଗାଁ କେନାଲ ବନ୍ଧ ରେ ଖାଲି କରିବାବେଳେ ହାଇୱା ର ଡାଲା କେନାଲ ବନ୍ଧ ଉପରେ ଯାଇଥିବା ୧୧ କେ ଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସିଥିଲା। ଯାହା ଫଳରେ କି ଗାଡିର ଡ୍ରାଇଭର ବିଦ୍ୟୁତ ଆଘାତ ପାଇ ଗୁରୁତର ଆହତ ହୋଇ ପଡିଥିଲେ। ଡ୍ରାଇଭର କୁ ସ୍ଥାନୀୟ ଲୋକମାନେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଡ୍ରାଇଭର ଜଣକ ବାଙ୍କୀ ତୁଳସୀପୁର ଅଞ୍ଚଳ ର ଜୟନ୍ତ ନାୟକ (୪୭)ବୋଲି ଜଣାପଡିଛି। ଖବର ପାଇ ଚାରିଛକ ଥାନା ପୋଲିସ ଗାଡିଟି କୁ ଜବତ କରି ଥାନା ରେ ଅଟକ ରଖିବା ସହିତ ଡ୍ରାଇଭର ଙ୍କ ଶବ କୁ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ବର୍ଗ କୁ ହସ୍ତାନ୍ତର କରିଥିବା ଜଣାପଡିଛି।
