ବିଶାଳ ହିନ୍ଦୁ ସମ୍ମିଳନୀ ଓ ୧୦୮ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ
ଚାରିଛକ,(ଏ.ପି. ନ୍ୟିୁଜ, (ସନ୍ତୋଷ ଦାଶ) ନିକଟସ୍ଥ ‘ତୁଳସୀପୁର ପଂଚାୟତ ତୁଳସୀପୁର ଗ୍ରାମର ମା କନକଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ନିମାପଡ଼ା ଖଣ୍ଡ ତୁଳସୀପୁର ଓ ବାହାରଣା ମଣ୍ଡଳର ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଓ ୧୦୮ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ସମାଜସେବୀ ଆଦିତ୍ୟ ଶଙ୍କର କରଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ଅତିଥି ଭାବେ ପୁରୀ ଜିଲ୍ଲା ଗୋଶାଳା କମିଟିର ମୁଖ୍ୟ ପ୍ରଭାତ କୁମାର ମହାପାତ୍ର, ସୁଶାନ୍ତ କୁମାର ପରିଡା, ବନ ବିହାରୀ ଦାଶ,ଅନିରୁଦ୍ଧ ତ୍ରିପାଠୀ, ପଣ୍ଡିତ ଅମୂଲ୍ୟ କୁମାର ନନ୍ଦ,ଅତୁଲନନ୍ଦ ଗିରି, ପ୍ରେମାନନ୍ଦ ପାତ୍ର ପ୍ରମୁଖ ଯୋଗଦେଇ ସମସ୍ତ ହିନ୍ଦୁମାନେ ସଂଗଠିତ ହେବାକୁ ଆହ୍ବାନ ଦେବାସହ ସ୍ୱଦେଶ ସାମଗ୍ରୀ ବ୍ୟବହାର କରିବା ଓ ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉଲ୍ଲେଖନୀୟ ସମାଜସେବା ପାଇଁ ସ୍ଥାନୀୟ ଅଂଚଳର ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ କୁମାର କର, ସ୍ତମ୍ବକାର ସନ୍ତୋଷ କୁମାର ଦାଶ, ସମାଜ ସେବୀ ଶଙ୍କର ରାଉତ, ପ୍ରକାଶ ଚନ୍ଦ୍ର ସାହୁ, ଅରକ୍ଷୀତ ଭୋଇ, ଦିଲ୍ଲୀପ ଦାସ, ଦ୍ବିଜବର ସାହୁ, ଗୋକୁଳାନନ୍ଦ ବେହେରା, ଭାଗୀ ରଥି ଓଝା, ଅଜୟ କୁମାର ଜେନା ପ୍ରମୁଖ ଙ୍କୁ ଉତ୍ତରୀୟ ଦିଆଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା।
