ଖେଲାରରେ ହିନ୍ଦୁ ସସମ୍ମିଳନୀ
ଖେଲାର (ଏ.ପି ନ୍ୟିୁଜ) ନିମାପଡ଼ା ବ୍ଲକ ଅନ୍ତର୍ଗତ ଖେଲାର ବଜାର ନିକଟରେ ଥିବା ହରିଶପୁର ମହାବୀର ମନ୍ଦିର ପ୍ରାଙ୍ଗଣରେ ଏକ ହିନ୍ଦୁ ସମ୍ମିଳନୀ ଆଜି ମାଘ ପୁର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ମଣିଜଙ୍ଗ ମନ୍ଦିର ମହନ୍ତ ବୈକୁଣ୍ଠ ଦାସ ,ମୁଖ୍ୟ ବକ୍ତାଭାବେ ପୁରୀ ବିଭାଗର ସହ ସମ୍ପର୍କ ପ୍ରମୁଖ ବାମଦେବ ନାୟକ ଓ ସମ୍ମାନ୍ନୀତ ଅତିଥିଭାବେ ଡ଼ାକ୍ତର ତପନ ସାମଲ ଓ କୋଷାଧକ୍ଷ ଫ୍ରଫୁଲ ଚନ୍ଦ୍ର ସାମନ୍ତସିଂହା ପ୍ରମୁଖ ଯୋଗଦେଇ ସନାତନ ଧର୍ମର ରକ୍ଷା କରିବା ଗୋମାତାର ସୁରକ୍ଷା ସଂପର୍କରେ ଆଲୋଚନ କରିଥିଲେ।। ଏହି ଅବସରରେ ଲୋଭାବତୀ ବେଦ ବିଦ୍ୟାଳୟର ବୈଦିକ ଛାତ୍ରମାନଙ୍କ ଦ୍ବାରା ବେଦ ପାଠ ସହିତ ରାଷ୍ଟ୍ରିୟ ଚିନ୍ତନ କରାଯାଇଥିଲା ବରିଷ୍ଠ ନାଗରିକ ମଂଚର ସଭାପତି ରବିନାରାରୟଣ ଷଡ଼ଙ୍ଗୀଙ୍କ ସଭାପତିତ୍ବ ଅନୁଷ୍ଠିତ ହିନ୍ଦୁ ସମିଳନୀରେ ମଂଚ ପରିଚାଳନା କରିଥିଲେ ପୁଷ୍ପକାନ୍ତ ପଣ୍ଡା, ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ ରବିନ୍ଦ୍ର କୁମାର ସ୍ବାଇଁ ।
