ରାଜ୍ୟ

 ଇତିହାସ ବିଭାଗର ପ୍ରଧ୍ୟାପକ ତଥା ମେଜର ବି.କେ. ନରେନ୍ଦ୍ରଙ୍କ ଦେହାନ୍ତ

Spread It

 

ନିମାପଡ଼ା, ( ଏ.ପି ନ୍ୟିୁଜ)  ଇତିହାସ ବିଭାଗର ପ୍ରଧ୍ୟାପକ ତଥା ନିମାପଡ଼ା କଲେଜର ପ୍ରାକ୍ତନ ଏନସିସି ବିଭାଗର ଅଫିସର ମେଜର ବସନ୍ତ କୁମାର ନରେନ୍ଦ୍ର  ୮୩ ବର୍ଷ ବୟସରେ  ତାଙ୍କ ଗୁହାଳପଡ଼ାସ୍ଥ ନିଜ ବାସଭବନରେ  ଦେହାନ୍ତ  ହୋଇଯାଇଛି। ସେ ଦୀର୍ଘଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ ୧୫ ତାରି୍‌ଖ ରାତି ୧୦ଟାରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇ ଥିଲା। ତାଙ୍କ ମୃତ୍ୟୁଶର୍ଯ୍ୟା ନିକଟରେ ଏକମାତ୍ର ପୁତ୍ର ରାଜେଶକୁମାର ନରେନ୍ଦ୍ର ପୁତ୍ରବଧୂ ଉପସ୍ଥିତଥିଲେ।   ସ୍ବର୍ଗତ ନରେନ୍ଦ୍ର ସାର ନିମାପଡ଼ାର  ପୁରପଳ୍ଳୀରେ ନରେନ୍ଦ୍ର ସାର ଭାବେ ପରିଚିତ। ସେ ନିମାପଡ଼ା କଳେଜରେ ଇତିହାସ ବିଭାଗରେ ଯୋଗଦେଇ ପରବର୍ତ୍ତି ସମୟରେ ସେ କଲେଜ ଇତିହାସ ବିଭାଗର ମୁଖ୍ୟ ହୋଇଥିଲେ।ପରେ କସରଦା, ଗୋପ ଏବଂ କାକଟପୁର  କଲେଜର ଅଧ୍ୟକ୍ଷ ପଦରେ ରହି ଅବସର ଗ୍ରହଣ କରିଥିଲେ ଦେ କଟକ ଜିଲା ନିଆଳୀରେ ଅଳ୍ପଦିନପାଇଁ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ।   ନିମାପଡ଼ା କଲେଜରେ ଚାକିରି ସମୟଭିତରେ  କଳେଜର,ଏନସିସି ଅଫିସରଭାବେ ନିଯୁକ୍ତିପାଇ ପରେ  ମେଜର ପଦକୁ ପଦ୍ନତି ମିଳିଥିଲା।      ସେ ଜଣେ  ଅମାୟି୍କ, ସରଳ ଛାତ୍ର ବତ୍ସଳ ଅଧ୍ୟାପକ ଥିଲେ। ସେ କଲେଜର ନାଟକରେ ଅଭିନ୍ୟ କରିଛନ୍ତି।  କଲେଜରେ ବିଭିନ୍ନ କାର୍ଯ୍ୟରେ ଛାତ୍ରମାନଙ୍କ ପଛରେ ଠିଆହୋଇଥାନ୍ତି। ସମସ୍ତ  ଛାତ୍ରସମାଜ ତାଙ୍କ ସହ ସାଙ୍ଗଭଳି ମିଳାମିଶା କରଥାନ୍ତି । ସାରଙ୍କ  ମୃତ୍ୟୁଖବର ପ୍ରଚାରିତ ହେବାପରେ ହଜାର ହଜାର ଛାତ୍ର ତାଙ୍କବାସଭବନରେ ପହଁଞ୍ଚି ଶେଷ ଦାର୍ଶନ କରି ଶ୍ରଦ୍ଧାଞଳି ଜଣାଇଥିଲେ। ତାଙ୍କର ହଜାର ଛାତ୍ର ରାଜ୍ୟର ବହୁ  ରାଜ୍ୟ ରାଜନୀତି, ବ୍ୟବସାୟୀ, ଶିଳ୍ପପତି ବଡ଼ବଡ଼ ପ୍ରଶାସନିକ ପଦ  ପଦବୀରେ ରହିଛନ୍ତି ,।ତାଙ୍କ ମୃତ୍ୟୁ କବର ମିଳିବାପରେଶିକ୍ଷାବିତ ମହଲରେ ଶୋକର ଛାୟା ଖେଳିଯାଇଛି।କଲେଜ ଏବଂ ଏନସିସି  ପକ୍ଷରୁ ସ୍ବର୍ଗତ ନରେନ୍ଦ୍ରସାରଙ୍କ ଅମର ଆତ୍ମାର ସଦଗତିପାଇଁ  ଶୋକ ସଭା ଅନୁଷ୍ଠିତ  ହୋଇଥିଲା । କଲେଜ ଅଧ୍ୟକ୍ଷ ଅମିତା ମହାନାୟକମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ପ୍ରଶାସନିକ ଅଧିକାର ଡ଼ଃ ରବିନ୍ଦ୍ର ପାଢୀ,, ପୂର୍ବତନ ଅଧ୍ୟକ୍ଷ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର ପ୍ରଦୀପ ଦାଶ୍ର ପ୍ରମୁଖ ‌ଶୋକ ବ୍ୟକ୍ତ କରିଛନ୍ତି

Leave a Reply

Your email address will not be published. Required fields are marked *