Uncategorized

ବେଆଇନ ବାଲି ବୋଝେଇ ହାଇଓ୍ତା ଜବତ।

Spread It

ଚାରିଛକ ଏ.ପି ନିୟୁଜ),(ସନ୍ତୋଷ ଦାଶ) ଚାରିଛକ ଥାନା ପୋଲିସ ୩ଟି ବେଆଇନ ବାଲି ବୋଝେଇ ହାଇୱାକୁ ଜବତ କରିବା ସହ ଗାଡ଼ି ଚାଳକ ମାନଙ୍କୁ ଥାନାରେ ଅଟକ ରଖିଛି । ଥାନା ଏଏସ ଆଇ ଇନ୍ଦୁଲତା ମିଶ୍ର ପାଟ୍ରୋଲିଂ କରୁଥିବା ବେଳେ ବେଆଇନ ବାଲି ବୋଝେଇ କରି ନେଉଥିବା ୩ଟି ହାଇୱା ଗାଡ଼ିକୁ ଅଟକାଇ ତନଖି କରିଥିଲେ। ଚାଳକ ମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବାରଗର ଗ୍ରାମର ଗଗନ ବିହାରୀ ନାୟକ, ଜଗତସିଂହପୁର ଜିଲ୍ଲା କାଂଶ ଗ୍ରାମର ବିକାଶ ବେହେରା ଏବଂ ଅନ୍ୟ ଜଣେ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ରତନପୁର (ପାର୍ବତସାହି) ଗ୍ରାମର ଦୀପକ ଭୋଇ ବୋଲି ଜଣାପଡ଼ିଛି। ଚାଳକ ମାନଙ୍କ ବିରୋଧରେ ବେଆଇନ ଖଣିଜ ଓ ଲଘୁଜାତ ସାମଗ୍ରୀ ଚାଲାଣ ଅଭିଯୋଗରେ ୩ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *