ଆଜି ପର୍ଯ୍ୟନ୍ତ ସପ୍ତାହିକୀ ଖବର କାଗଜର ଶୁଭ ଉନ୍ମୋଚନ
ଆଜି ପର୍ଯ୍ୟନ୍ତ ସପ୍ତାହିକୀ ଖବର କାଗଜର ଶୁଭ ଉନ୍ମୋଚନ
ନିମାପଡ଼ା, ୧୦/୬(ଏପି ନ୍ୟୁଜ) ନିଉଜ ଏବଂ ଫିଚର ଧର୍ମୀ ନୂତନ ସପ୍ତାହିକୀ ଖବର କାଗଜ ଆଜି ପର୍ଯ୍ୟନ୍ତର ଶୁଭଉନ୍ମୋଚନ ଉତ୍ସବ ସ୍ଥାନୀୟ ପତିତପାବନ ଦେବଙ୍କ ନିକଟରେ ହୋଇଯାଇଛି । ଠାକୁରଙ୍କ ପୂଜକ ଲକ୍ଷ୍ମୀଧର ଦାଶ ପୁଜା ଅର୍ଚ୍ଚନା କରିବାପରେ ଖବର କାଗଜକୁ ପତିତପାବନ ଦେବଙ୍କ ନିକଟରେ ସମର୍ପଣ କରିଥିଲେ । ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥିଭାବେ ପୂଣ୍ଣ ଚନ୍ଦ୍ର ଧଳ, ଫାର୍ମାଶିଷ୍ଟ ଆଇ ତ୍ରିନାଥ ପାତ୍ର, ସମାଜସେବୀ ପ୍ରମୋଦ କୁମାର ବରାଳ, ବରିଷ୍ଠ ସମ୍ବାଦିକ ଭୁବନେଶ୍ୱର ଭରତ ବେହେରା, ୮ନମ୍ବର ୱାର୍ଡ଼ କାଉନସିଲରଙ୍କ ପ୍ରତିନିଧି ତଥା ସମାଜସେବୀ ଅତିଶ ପଟ୍ଟନାୟକ, ଏସବିଆଇ-ଲାଇଫ ୟୁୁଏମ, ବିଜେପି ନେତା ଜୀବନାନନ୍ଦ ମହାପାତ୍ର , ସମାଜସେବୀ ସରିତା ମହାପାତ୍ର ,କଳିଙ୍ଗ ୟୁନିଅନ ଏବଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାଜ୍ୟ ସଂପାଦକ.ରାଜକିଶୋର ସ୍ୱାଇଁ, ପିଙ୍ଗଲାକ୍ଷୀ ୱେଲପାୟାର ଅର୍ଗାନାଇଜେସନ ସଂପାଦକ ଗଗନ ବିହାରୀ ଦାଶ, କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି, ଅଧ୍ୟାପକ ଅଭିଷେକ ହୋତା, ମିଶ୍ର ଟିୟୁଟୋରିଆଲ ନିର୍ଦ୍ଦେଶକ ଅୟସକାନ୍ତ ମିଶ୍ର, ପ୍ରେସ କ୍ଲବ ସଂପାଦକ ରମାକାନ୍ତ ବେହେରା, ସାମ୍ବାଦିକ ସୁଦର୍ଶନ ବେହେରା, ନିବେଦିତା ମିଶ୍ର,ନଳିନୀକାନ୍ତ ପରିଡ଼ା,ସମାଜସେବୀ ପ୍ରଭାତ ମହାପାତ୍ର,କଳମ ମୁନ ସଂପାଦକ ପ୍ରଦିପ ବେହେରା ପିପିଲି ସମ୍ବାଦିକ ସଂଘର ଚନ୍ଦ୍ର ମାଧବ ମିଶ୍ର, ରଞନ ପଟ୍ଟନାୟକ, ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ । ମୁଖ୍ୟ ସଂପାଦକ କ୍ଷତିଶ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେବାସହ ଅତିଥ ପରିଚୟ ପ୍ରଦାନ କରିଥିଲେ । ଆଜିପର୍ଯ୍ୟନ୍ତ ଖବର କାଗଜର ସବଏଡ଼ିଟର, ବିଶ୍ୱଜିତ ନାୟକ,ଏବଂ ଉର୍ମି ସେନାପତି ସଂପାଦିକା ଭାଗ୍ୟଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଦେଇଥିଲେ । ଉନ୍ମୋଚନ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ଆଜି ପର୍ଯ୍ୟନ୍ତର ଉନ୍ନତି କାମନା କରିଥିଲେ ।