ରାଜ୍ୟ

ନିମାପଡ଼ା ତହସିଲରେ ଉତ୍କର୍ଷ ଇ-ସେବାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

Spread It

ଓଡ଼ିଶାରେ ପ୍ରଥମ ଡିଜିଟାଲରେ ସମସ୍ତ ସେବା ପାଇବେ ଜନସାଧାରଣ ବିଭିନ୍ନ ପ୍ରମାଣପତ୍ର ପାଇଁ ସହଜରେ କରିହେବ ଆବେଦନ ଅଭିଯୋଗ କରିବା ସହ, ଅଭିଯୋଗର ସ୍ଥିତି ଯାଞ୍ଚ କରିପାରିବେ
ନିମାପଡ଼ା (୨୫.୧୧.୨୦୨୫): (ଇମିସ) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍କର୍ଷ ନିମାପଡ଼ା ମଞ୍ଚରେ କରିଥିବା ଘୋଷଣା ଅନୁଯାୟୀ ଆଜି ନିମାପଡ଼ା ତହସିଲରେ ଉତ୍କର୍ଷ ଇ-ସେବାର ଶୁଭାରମ୍ଭ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହଯୋଗରେ ଆରମ୍ଭ ହୋଇଥିବା ଏହି ସେବାର ଉପଯୋଗ କରି ଜନସାଧାରଣ ସମସ୍ତ ସେବା ଡିଜିଟାଲ ମାଧ୍ୟମରେ ପାଇପାରିବେ । ସମଗ୍ର ଓଡ଼ିଶାରେ ପ୍ରଥମ ତହସିଲ ଭାବେ ନିମାପଡ଼ା ତହସିଲରେ ଏହି ସେବା ଆରମ୍ଭ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ଜନ ସେବା କେନ୍ଦ୍ରକୁ ନଯାଇ ଏହି କିଓସ୍କ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇନକମ୍ ସାର୍ଟିଫିକେଟ ଏବଂ ରେସିଡେନ୍ସ ସାର୍ଟିଫିକେଟ୍‌ ଆଦି ପାଇଁ ଏହି ସେବା ମାଧ୍ୟମରେ ଆବେଦନ କରିପାରିବେ । ଏଥିରେ ଅନଲାଇନରେ ଖଜଣା ଦେବା ସହ ଜମି ପଟ୍ଟା, ନକ୍ସା ଏବଂ ଅନ୍ୟ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଦେଖିପାରିବେ । ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗ ଏଥିରେ ପଞ୍ଜିକରଣ କରିବା ସହ ଅଭିଯୋଗର ସ୍ଥିତି ମଧ୍ୟ ନିଜେ ଯାଞ୍ଚ କରିପାରିବେ । ଉପୁମଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ନିମାପଡ଼ା ତହସିଲ ଜନସାଧାରଣଙ୍କୁ ସ୍ୱଚ୍ଛତା ଓ ତତ୍ପରତାର ସହ ସେବା ଯୋଗାଇବାରେ ଉତ୍କର୍ଷ ଇ-ସେବା ସହାୟକ ହେବ 

Leave a Reply

Your email address will not be published. Required fields are marked *