ରାଜ୍ୟ

ଜୀବନଚର୍ଯ୍ୟା ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପାଠଚକ୍ର ଅନୁଷ୍ଠିତ।

Spread It

 

ଚାରିଛକ,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା  ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ଭୁବନେଶ୍ଵର ର ଉତ୍କଳୀୟ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଆଜି ଜୀବନଚର୍ଯ୍ୟା ଓ ଶ୍ରୀ ଜଗନ୍ନାଥ ମହାପଭୁ ଶୀର୍ଷକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ମିତ୍ରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ଗ୍ଲୋବାଲ ଆଷ୍ଟ୍ରୋ ଫେଡ଼ରେସନର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ଦାଶ ଯୋଗଦେଇ କୋଟି ଓଡିଆର ପ୍ରାଣ ପ୍ରଭୁ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥ  ଅନନ୍ତକୋଟି ବ୍ରହ୍ମାଣ୍ଡର ନାଥ ଶ୍ରୀ ଜଗନ୍ନାଥ ଓଡ଼ିଆ ଙ୍କ ପରିଚୟ ବୋଲି ମତ ପ୍ରକାଶ କରି ଜଗନ୍ନାଥଙ୍କର ମାନବୀୟ ଲୀଳା ଓ ମାନବ ଜୀବନ ଉପରେ ତାଙ୍କର ପ୍ରଭାବ ଉପରେ ସାରଗର୍ଭକ ତଥ୍ୟ  ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡକ୍ଟର ଶଶୀକାନ୍ତ ରଥ ଏବଂ ପତିତପାବନ ଶ୍ରୀ ଜଗନ୍ନାଥଙ୍କର ପରମ ସେବକ ପଣ୍ଡିତ ପ୍ରିୟବ୍ରତ ଦାଶ ଯୋଗ ଦେଇ ଛାତ୍ରୀମାନଙ୍କୁ ବ୍ରାହ୍ମଚର୍ଯ୍ୟ ପାଳନ ପୂର୍ବକ ପ୍ରତିଦିନ ଓଡିଆ ଭାଗବତ ଓ ଶ୍ରୀମଦ ଭଗବତଗୀତା ଅଧ୍ୟୟନ ପାଇଁ ଉପଦେଶ ପ୍ରଦାନ କରିଥିଲେ । ଓଡିଆ ବିଭାଗ ମୁଖ୍ୟ ଡକ୍ଟର ଶର୍ମିଷ୍ଠାରାଣୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗ ମୁଖ୍ୟ ଡକ୍ଟର ଶ୍ରିଲେଖା ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।ସଂସ୍କୃତ ବିଭାଗ ଅଧ୍ୟାପକ ଜୀବନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥଲେ ।ଏଥିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଡକ୍ଟର ଅଶୋକ ବିଶ୍ୱାଳ, ଇଂରାଜୀ ବିଭାଗ ମୁଖ୍ୟ କାନନବାଳା ନନ୍ଦ, ସଂସ୍କୃତ ବିଭାଗ ମୁଖ୍ୟ ଡକ୍ଟର ପୁର୍ଣିମା ମହାନ୍ତି, ମେଜର ପୁଷ୍ପଲତା ଦତ୍ତ ପ୍ରଭୁତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପିକା ସୁନିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀମାନେ ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *