ଗଣତନ୍ତ୍ର ଦିବସ ପାଳନ ପାଇଁ ମହିଳା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା
ପୁରୀ, (ଏ.ପି ନ୍ୟିୁଜ) ଆଜି ଅପରାହ୍ନ ୨ଟା ସମୟରେ ପୁରୀ ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆସନ୍ତା ଜାନୁ୍ୟାରୀ ୨୬ରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏମାର ମଠ ଚକଡ଼ାରେ ମହିଳା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।। ଏହି ପ୍ରତିଯୋଗିତାରେ ପୁରୀ ସଦର ବ୍ଲକ ଅଞ୍ଚଳରୁ ୧୫ଜଣ ଏବଂ ପୁରୀ ସହରାଞ୍ଚଳରୁ ୧୫ ଜଣ ମହିଳା ଏହି ଝୋଟି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ସ୍ନୋହାଙ୍ଗିନ ହେମ୍ବମ,ଓ ସୂଚନା ଲୋକସଂପର୍କ ଅଧିକାରୀ ପ୍ରଦିପ୍ତ କୁମାର ଜେନା ଉପସ୍ଥିତ ଥିଲେ।
