ବିଜେପିରେ ମିଶିଲେ ଜୟ ଢୋଲକିଆ…
ବିଜେପିରେ ମିଶିଲେ ଜୟ ଢୋଲକିଆ…
ଭୁବନେଶ୍ବର ଆଜି ପର୍ଯ୍ୟନ୍ତ ନିୟୁଜ)- ବିଜେଡ଼ିକୁ ଧକ୍କା । ପ୍ରାର୍ଥୀ ଘୋଷଣା ବିଳମ୍ବିତ କାରଣରୁ ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜୟ ଢୋଲକିଆ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ।ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିଜ ସମର୍ଥକ ମାନଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି ଜୟ ଢୋଲକିଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବିଜେପି ପାର୍ଟି ଅଫିସରେ ଅନୁଷ୍ଠିତ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମିଶିଲେ ଜୟ । ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ନୂଆପଡ଼ା ଉପନିର୍ବାଚନ ରେ ଜୟ ଢୋଲକିଆ ବିଜେପିର ଆଶାୟୀ ପ୍ରାର୍ଥୀତାଲିକାରେ ତାଙ୍କ ନାମକୁ ଯୋଡ଼ିଛନ୍ତି । ଦେଖିବାକୁ ରହିଲା ବିଜେପି କାହାକୁ ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ କରୁଛି। ଜୟ ପାଇଁ ବିଜେଡ଼ିର ନିରବତା ବିଜେପିରେ ଉତ୍ସବର ମାହଲ। । ନୁଆପଡ଼ା ନିର୍ବାଚନ ପାଇଁ ବିଜେଡ଼ି ଦଳର ରାଜନୈତିକ ବ୍ୟାପାର କମିଟିରେ ରଣନୀତି ସ୍ଥିର କରାଯିବ।
