ଯୁବକକୁ ମରଣାନ୍ତକ ଆକ୍ରମଣ
ନିମାପଡ଼ା, ୮/୫(ଏପିନ୍ୟୁଜ) ରାହୁଲ ନାୟକ ନାମକ ଯୁବକ ଏକ ନିର୍ବନ୍ଧ କାର୍ଯ୍ୟଶେଷ କରି ଅରିଷଣ୍ଢ ଗ୍ରାମକୁ ଦିନ ୩ଟାରେ ସମୟରେ ଫେରୁଥିବା ସମୟରେ ସେହି ଗ୍ରାମର ମାନସ ବିଶ୍ବାଳ ନାମକ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାହୁଲ ନାୟକଙ୍କୁ ବାଟରେ ଅଟକାଇ ମରଣାନ୍ତକ ଆକ୍ରମଣ କରି ଆହତ କରିଛି। ରାହୁଲ ବେକରେ ଗାମୁଛାକୁ କସିଦେଇ ମାରିଦେବାକୁ ଉଦ୍ୟମ କରିଥିଲା ଏବଂ ହତ୍ୟାକରି କୁଶଭଦ୍ରା ନଦୀରେ ଭସାଇଦେବା ଧମକ ଦେଇଛି। ଏନେଇ ରାହୁଲ ପୁଲିସରେ ଅଭିଯୋଗ କରିବାରୁ ପୁଲିସ ୧୩୧/୨୫ରେ ମାମଲାରୁଜୁକରି ତଦନ୍ତ ଚଳାଇଛି। ସୁଚନାଯୋଗ୍ୟ ରାହୁଲ ନାୟକ ଅରିଷଣ୍ଢଗ୍ରାମର ପଞ୍ଚାୟତ ସଭାପତି ଅଛନ୍ତି।