କ୍ରୀଡା

ବିଶ୍ବ ବିଦ୍ୟାଳୟ କବାଡ଼ି ପୁରୁଷ ଦଳରେ ନିମାପଡ଼ା କଲେଜର ୩ ଖେଳାଳୀ

Spread It

 

 ନିମାପଡ଼ା, (ଆଜି ପର୍ଯ୍ୟନ୍ତ ନିୟୁଜ) ପୂର୍ବଞ୍ଚଳ ରାଜ୍ୟ ବିଶ୍ବବିଦ୍ୟାଳୟ କବାଡ଼ି ପୁରୁଷ ଟୁର୍ଣ୍ଣମେଣ୍ଟ ୨୦୨୫-୨୬ ଡ଼. ସି.ଭି.ରମଣ ବିଶ୍ବ ବିଦ୍ୟାଳୟ ବିଳାଶପୁର ଠାରେ ଆସନ୍ତା ୨-ତାରିଖରୁ ୪ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। । ଏହି ଟୁର୍ଣ୍ଣାମେଣ୍ଟରେ ଉତ୍କଳ ବିଶ୍ବ ବିଦ୍ୟାଳୟର ୧୨ ଜଣିଆ କବାଡ଼ି ପୁରୁଷ ଦଳ ଘୋଷଣା କରାଯାଇଛି।। । ଉତ୍କଳ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଘୋଷିତ ୧୨ ଜଣିଆ କବାଡ଼ି ଦଳରେ ନିମାପଡ଼ା ଅଟୋ କଲେଜର ତିନି ଜଣ ଖେଳାଳୀ ସ୍ଥାନ ପାଇଛନ୍ତି। ରାହୁଲ ସାଗର ନାୟକ, ଲକ୍ଷଣ ନାୟକ, ସାହିଲ ଯାଦବ । ଉତ୍କଳ ବିଶ୍ବବିଧ୍ୟାଳୟ କବାଡ଼ିଦଳ ପଟିଆ ଆର.ଏମ.ଡ଼ି ଡ଼ିଗ୍ରି କଲେଜ ପରିସରରେ ୨ ରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ସେହିଠାରୁ ଉତ୍କଳ ବିଶ୍ବ ବିଦ୍ୟାଳୟ କବାଡ଼ି ଦଳ ପୂର୍ବାଞ୍ଚଳ ବିଶ୍ବ ବିଦ୍ୟାଳୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବାପାଇଁ ୧୨ ଜଣିଆ ଖେଳାଳୀଙ୍କୁ ନେଇ ବିଳାସପୁର ଯାତ୍ରା କରିବ। କବାଡ଼ି ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିବା ନିମାପଡ଼ା କଲେଜର ୩ ଜଣ ଖେଳାଳୀଙ୍କୁ ଅଧ୍ୟକ୍ଷା ଅମିତା ମହାନାୟକ ଏବଂ ପ୍ରଶାସନିକ ଅଧିକାରୀ ଡ଼. ରବିନ୍ଦ୍ର କୁମାର ପାଢୀ ଶୁଭେଛା ଜଣାଇବାସହ ପ୍ରତିଯୋଗିତାରେ ସଫଳ ହେବାପାଇଁ ଶୁଭ କାମନା କରିଛନ୍ତି। ସୁଚନା ଯୋଗ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ ଦଳର ମ୍ୟାନଜରଭାବେ ନିମାପଡ଼ା କଲେଜ ପିଇଟି ଚିତ୍ତରଞନ ପ୍ରଧାନ ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ବ ବିଦ୍ୟାଳୟ ସ୍ପୋର୍ଟ୍ସ କାଉନସିଲ ପକ୍ଷରୁ ଘୋଷିତ କବାଡ଼ି ଦଳରେ ସନ୍ତୋଷ କୁମାର ବାରିକ,ରିଜିଓନାଲ କଲେଜ ରାମବାଗ, ସଜଂୟ ମାଝି ନହରକଣ୍ଟା କଲେଜ, ରାହୁଳ ସାଗର ନାୟକ ନିମାପଡ଼ା କଲେଜ, କାମରାଜୁ କଡ଼ରକା,ଏସ.ଏମ.ଏସ କଲେଜ ପୁରୀ, ଜ୍ଞାନରଜଂନ ନାୟକ , ରିଜିଓନାଲ କଲେଜ ରାମବାଗ, ଲକ୍ଷ୍ମଣ ନାୟକ , ନିମାପଡ଼ା ଅଟୋ କଲେଜ,ନିରୋଜ କୁମାର ସେଠୀ ଡ଼ିଆର ନୟାପଲ୍ଲୀ କଲେଜ ଭୁବନେଶ୍ବର, ନୀଳକଣ୍ଠ ସାହୁ, ଏସ.ଏମ.,ସ କଳେଜ ପୁରୀ,ସାହିଲ ଯାଦବ ନିମାପଡ଼ା ଅଟୋ କଲେଜ, ମୁକେଶ କତମ ଆର.ଏମ.ଡ଼ି କଲେଜ ପଟିଆ, ସୁମିତ କୁମାର ମହାପାତ୍ର ଏଡ଼ିଏମ ଏଚଭି କଲେଜ ବ୍ରହ୍ମଗିରି, ସୁରଜ ପ୍ରସାଦ ନହରକଣ୍ଟା କଲେଜ।

Leave a Reply

Your email address will not be published. Required fields are marked *