ବାଲେଶ୍ୱର ରେ ରାଜ୍ୟସ୍ତରୀୟ କାଲାମ ଉତ୍ସଵ -୧୫ ରେ
କାଲାମ ଆଇକାନ ସମ୍ମାନ-ବିଜ୍ଞାନ ରେ ଡଃ ଆୟସକାନ୍ତ, ପରିବେଶ ରେ ଡଃ ନେତ୍ରାନନ୍ଦ, ଗୀତ ରେ ସୌରଭ
ବାଲେଶ୍ବର (ଏ.ପି ନିୟୁଜ)କାଲାମ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷ ରୁ ଆସନ୍ତା ୧୫ ତାରିଖ ରେ ଡଃ କାଲାମ ଙ୍କ ଜୟନ୍ତୀ ଉତ୍ସବ ପାଳନ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ବାଲେଶ୍ୱର ସହର ର ପୋଲିସ ଲାଇନ ଛକ ରେ ରୋମି ( ଦେଫେନ୍ସ ଅଫିସର୍ସ୍ ଇନଷ୍ଟିଚ୍ୟୁଟ ) ଠାରେ ହେବାକୁ ଥିବା ଉତ୍ସବ ରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବାର କାର୍ୟ୍ୟକ୍ରମ ଅଛି ବୋଲି ଟ୍ରଷ୍ଟ ର ଫାଉଣ୍ଡର ଡଃ ପଙ୍କଜ କୁମାର ଜେନା ସୂଚନା ଦେଇଛନ୍ତି। ସକାଳ ଠିକ୍ ୯.୩୦ ରେ ଷ୍ଟେସନ ଛକ ରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ହେବ। ୧୦ ଟା ରେ ବିଜ୍ଞାନ ମେଳା ଓ କାଲାମ ଙ୍କର ଦୁଇ ହଜାରରୁ ଉର୍ଦ୍ଧ ଚିତ୍ର ଗେଲେରୀକୁ ଉନ୍ମୋଚନ କରାଯିବ, ଦିବା ୧୧ ଘଟିକାରେ ଜାତୀୟ ଶିକ୍ଷାନୀତି ୨୦୨୦ ର ଏକ ସେମିନାର କରାଯିବ । ଦିବା ୨ଘଟିକାରୁ କାଲାମ ଜୟନ୍ତୀ ଓ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯିବଜ୍ଝ ଏହି ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ଡ଼କ୍ଟର କାଲାମ ଆଇକନ ସମ୍ମାନ ଏବଂ ଗୁରୁଦେବ ସମ୍ମାନ ରେ ସମ୍ମାନିତ କରାଯିବ। ପରିବେଶ ସୁରକ୍ଷା ପାଇଁ କାର୍ୟ୍ୟ କରୁଥିବା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ପୁଅ ଡ଼କ୍ଟର ନେତ୍ରାନନ୍ଦ ସାହୁ,ବିଜ୍ଞାନ ପାଇଁ ସେମିକଣ୍ଡକ୍ଟର ଚିଫ୍ ଉଦ୍ଭାବନକାରୀ ଡ଼କ୍ଟର ଆୟାସକାନ୍ତ ସ୍ୱାଇଁ, ଜଗନ୍ନାଥ ଭଜନଗାଇ ଚକ୍ଷର୍ଚ୍ଚରେ ଥିବା ସୌରଭ ଭରଦ୍ୱାଜ, ଲଣ୍ଡନରେ ଥାଇ ଓଡ଼ିଆ ଲୋକଙ୍କୁ ସାହାଯ୍ୟ କରୁଥିବା ଇଞ୍ଜିନିୟର ଜୀବନ ଜ୍ୟୋତି ପରିଡା (ସେବା ପାଇଁ ) ଦିଲ୍ଲୀର ପ୍ରବାସୀ ଓଡ଼ିଆଙ୍କର ମୁଖ୍ୟ ଇଞ୍ଜିନିୟର ଅକ୍ଷୟ ସାମଲ(ସେବା ପାଇଁ ) ସମ୍ମାନିତ ହେବେ। ୨୦୨୫ ଗୁରୁଦେବ ସମ୍ମାନ ରେ ସମ୍ମାନିତ ହେବେ ବି.ଜେ. ବି. ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ଜ୍ୟୋତି ପ୍ରକାଶ ରଥ, କେଉଁଝର ର ଶିକ୍ଷକ ବିଜୟ କୁମାର ସାହୁ ବାଲେଶ୍ୱର ଶିକ୍ଷକ ଦେବବ୍ରତ ଦେ, ଏ ବର୍ଷ ଓ.ଏ.ସ. ଟପର ପ୍ରିୟାଂଶୁ ସାମଲ ଙ୍କ ସହ ଜିଲ୍ଲାର ସମସ୍ତ ଓ.ଏ.ସ, ଆଇଜର ,ଡାକ୍ଟରୀ ପଢିବା ପାଇଁ କୃତକାର୍ୟ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯିବ ବୋଲି ଅବଦୁଲ କଳାମ ଜୟନ୍ତୀ କମିଟୀର ସାଧାରର ସଂପାଦକ ଡ଼କ୍ଟର ପଙ୍କଜ ଜେନା ସୂଚନା ଦେଇଛନ୍ତି ।ଡ଼ଃ କାଲାମ ଏକ ଜାତୀୟ ସମ୍ପତି, ତାମିଲ ନାଡୁ ତାଙ୍କ ଜନ୍ମ ଭୂମି କିନ୍ତୁ ବାଲେଶ୍ୱର ତାଙ୍କ କର୍ମ ଭୂମି ବାଲେଶ୍ବର ଓ ଆସନ୍ତୁ ଆମେ ସମସ୍ତେ ମିଶି ତାଙ୍କ ଜୟନ୍ତୀ ପାଳନ କରିବା






