ଅନ୍ୟତ୍ର ପାଳିଲେ ବିଜେପି ସରକାରର ବର୍ଷପୂର୍ତ୍ତି
ନିମାପଡା(ଏପିନ୍ୟୁଜ) ଗତ ନିର୍ବାଚନ ପୂର୍ବରୁ ବିଜେପି ଦଳରେ ଯୋଗଦେଇ ବର୍ତ୍ତମାନ ଅଲୋଡା ହୋଇପଡିଥିବା ଏହି ନେତା ତାଙ୍କ ଦଳ ଓ ବଳ କୁ ନେଇ କଳାପାଞ୍ଚଣ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ଏଗାରବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂତ୍ତି ପାଳନ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ୍ତ ହୋଇଥିବା ଏକ ରାସ୍ତାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୂଳ ବିଜେପିର କୌଣସି ଛାମୁଆ ନେତା ଓ ଉପମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀର କୌଣସି ନେତା ଓ କର୍ମୀ କଳା ପାଞ୍ଚଣ ବୈଠକରେ ଯୋଗ ଦେଇନଥିଲେ। ସୂଚନା ଯୋଗ୍ୟ ନିମାପଡାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍କର୍ଷ ନିମାପଡା ନାମରେ ଏକ ଦୁଇଦିନିଆ କନ୍କ୍ଲେଭ ଆୟୋଜନ କରି ରାଜ୍ୟର ଶିଳ୍ପପତି ମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।