କାୟାକଳ୍ପ ଟିମର ନିମାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
ନିମାପଡ଼ା, (ଏ.ପି ନ୍ୟିୁଜ) ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ସ୍ବାସ୍ଥ୍ୟବିଭାଗ ଅଧିନରେଥିବା ସରକାରୀ ଡ଼ାକ୍ତରଖାନାର ରୋଗୀ ସେବା ପରିଷ୍କାର ପରିଛନ୍ନତାର ମାନ ନିର୍ଦ୍ଧାରଣ କରିବା ପାଇଁ କାୟାକଳ୍ପ ନାମରେ ଏକ ଟିମ ଗଠନ କରି ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପରିଦର୍ଶନ ସରକାର ଯୋଗାଉଥିବା ସୁବିଧା ସୁଯୋଗ ସାଧାରଣ ଲୋକଙ୍କ ପାଖରେ କିଭଳି ପହଁଞ୍ଚୁଛି ତାହାର ତଦାରଖ କରୁଛି ଏହି ଟିମ। ଆଜି ପୁରୀ ଜିଲାପାଇଁ ଗଠିତ କାୟାକଳ୍ପ ଟିମ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି। କାୟାକଳ୍ପ ଟିମରେ ଥିବା ଡ଼ାକ୍ତର ମନୋରଞନ ହାତି, ପରାମର୍ଶ ଦାତା ସୈାମ୍ୟାଶ୍ରୀ ମହାପାତ୍ର, ପରିଚାଳକ ରୁବି ରାଉତ ଙ୍କୁ ନେଇ ଗଠିତ ତିନି ଜଣିଆ ଟିମ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଓପିଡ଼ି, ପ୍ରତୀକ୍ଷାଳୟ, ଓ୍ବୟୖଷଧହିଃ ବିଭାଗ, ସ୍ବଛତା , ସ୍ତ୍ରୀଓ ମହିଳାଙ୍କ ପ୍ରସୂତି ବିଭାଗ, ଶିଶୁୱାର୍ଡ଼ , ସାଧାରଣ ୱାର୍ଡ଼, ଓ୍ୟୖଷଧ ବଣ୍ଟନ ଗୃହ, ଯାନବାହାନ ରଖିବା ସ୍ଥାନ,ଇତ୍ୟାଦି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ,ଫାର୍ମାଶିଷ୍ଟ ଏବଂ ସେବା ପ୍ରଦାନକାରି ନର୍ସିମାନଙ୍କୁ ମିଳିତ ଭାବେ ରୋଗୀସେବା କରିବାକୁ ପରାମର୍ଶ ଦେଇଥିଲେ। ପରିଦର୍ଶନ ବେଳେ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଣ୍ଡେଣ୍ଟ ଡ଼ାକ୍ତର ସୁବ୍ରତ ମହାପାତ୍ର, ଡ଼ାକ୍ତର ପ୍ରବୀଣ ଜେନା, ଡ଼ାକ୍ତର ବିଜୟୀନି ଜେନା, ଫାର୍ମାଶିଷ୍ଠ ଆଇ.ତ୍ରିନାଥ ପାତ୍ର। ସମସ୍ତ ଷ୍ଟପ ନର୍ସ , ସହଯୋଗୀ, ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
