ଶିକ୍ଷା

+୨ ବାଣିଜ୍ୟ ବିଭାଗରେ ଟପର ହେଲେ ଖଣ୍ଡପଡାର ସ୍ବର୍ଣ୍ଣରେଖା ମନ୍ତ୍ରୀ

Spread It

ଖଣ୍ଡପଡା ୨୧/୫ (ଏପିନ୍ୟୁଜ) ଆଜି +୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଣିଜ୍ୟ ବିଭାଗରେ ସିଧାମୂଳା ଗ୍ରାମର ଛାତ୍ରୀ ଓଡିଶା ଟପ୍ପର। +୨ ବାଣିଜ୍ଯ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପ୍ରକାଶିତ ଫଳାଫଳ ଅନୁଯାୟୀ ଖଣ୍ଡପଡ଼ା ବ୍ଲକ ଅଧିନ ସିଧାମୂଳା ଗ୍ରାମର ଛାତ୍ରୀ ସ୍ବର୍ଣ୍ଣରେଖା ମନ୍ତ୍ରୀ ବାଣିଜ୍ୟରେ ସର୍ବାଧିକ ୫୭୯ ନମ୍ବର ରଖି ଓଡିଶା ଟପ୍ପର ହୋଇଥିବା ଜଣାଯାଇଛି। ଛାତ୍ରୀଙ୍କ ଏହି ବିଶେଷ ସଫଳତାକୁ ନେଇ ସିଧାମୂଳା ଗ୍ରାମବାସୀଙ୍କ ସମେତ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ଜନସାଧାରଣ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ଛାତ୍ରୀଙ୍କ ନିକଟକୁ ଏବେ ଅଭିନନ୍ଦନ ସୁଅ ଛୁଟିବାରେ ଲାଗିଛି। ଛାତ୍ରୀ ଜଣକ ସିଧାମୂଳା ଗ୍ରାମର ସୁଦର୍ଶନ ମନ୍ତ୍ରୀଙ୍କ ଝିଅ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *