କଳିଙ୍ଗ ବୀର ମହାମେଘବାହନ ଐର ଖାରବେଳଙ୍କ ଙ୍କ ପୁଣ୍ୟ ଜୟନ୍ତୀ
ନିମାପଡ଼ା (ଏ.ପି ନିୟୁଜ) ଜନ୍ମ ତିଥି ଓ ତିରୋଧାନ ତିଥି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା । ଐର ମହାମେଘବାହନ ଖାରବେଳ ଶାସନ କାଳ ସମୟ (୧୯୩ ଖ୍ରୀ.ପୂ. – ୧୭୦ ଖ୍ରୀ.ପୂ.) କଳିଙ୍ଗ(ଏବେକାର ଓଡ଼ିଶା)ର ଚେଦି ରାଜବଂଶର ଜଣେ ମହାପରାକ୍ରମୀ ରାଜା ଥିଲେ ।
ଖାରବେଳ ଙ୍କ ସମ୍ପର୍କିତ ସବିଶେଷ ତଥ୍ୟ ଭୁବନେଶ୍ୱର ସ୍ଥିତ ଉଦୟଗିରିରେ ଥିବା ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ । ଚେଦି ରାଜବଂଶ ତାହାଙ୍କ ଶାସନ କାଳରେ କ୍ଷମତାର ଶୀର୍ଷରେ ପହଞ୍ଚିଥିଲା ଓ କଳିଙ୍ଗର ପୁରୁଣା ଗୌରବ ଫେରିଆସିଥିଲା । ସେହି ଶାସନକାଳ ମଧ୍ୟରେ କଳିଙ୍ଗର ନୌବାଣିଜ୍ୟ ସେତେ ବେଳର ସିଂହଳ (ଶ୍ରୀଲଙ୍କା) ବର୍ମା (ମିୟାଁମାର), ଶ୍ୟାମ (ଥାଇଲାଣ୍ଡ), ଭିଏତନାମ, କାମ୍ବୋଜ (କାମ୍ବୋଡ଼ିଆ), ବର୍ଣିଓ, ବାଲି, ସୁମାତ୍ରା ଏବଂ ଜାଭାଦ୍ୱୀପ ପର୍ୟ୍ୟନ୍ତ ବ୍ୟାପିଥିଲା। ଏହା ବ୍ୟତୀତ ମଗଧ, ଅଙ୍ଗ, ଶତ୍ତ୍ୱବାହନ ତଥା ବିଭିନ୍ନ ଦକ୍ଷିଣ ଭାରତୀୟ ପ୍ରଦେଶ ଯେପରି ପାଣ୍ଡ୍ୟ ସାମ୍ରାଜ୍ୟ ( ଅଧୁନା ଆନ୍ଧ୍ର ପ୍ରଦେଶ) ଜୟ କରି କଳିଙ୍ଗର ପରିସୀମା ଗଙ୍ଗାଠାରୁ କାବେରୀ ପର୍ୟ୍ୟନ୍ତ ବ୍ୟାପ୍ତ କରିଥିଲେ । ପନ୍ଦର ବର୍ଷ ବୟସରେ ଖାରବେଳ ଯୁବରାଜ ହୋଇ, ୨୪ ବର୍ଷ ବୟସରେ ରାଜା ହେଲେ ଓ ୧୩ ବର୍ଷରୁ ଊର୍ଦ୍ଧ୍ଵ ରାଜତ୍ବ କରି ଶେଷ ଜୀବନରେ ସେ ରାଣୀ ଧୂସୀଙ୍କ ସହିତ ଖଣ୍ଡଗିରି ନିକଟସ୍ଥ ଉଦୟ ଗିରିରେ ବାନପ୍ରସ୍ଥ ଅବଲମ୍ବନ କରିଥିଲେ
