ରାଜ୍ୟ

 କିଡିନ ଖରାପ ଛାତ୍ରଙ୍କୁ ଆର୍ଥିକ ସହାୟତା |

Spread It

ଅସ୍ତରଙ୍ଗ ୧୩.୦୨.୨୦୨୬(ଏପିନ୍ୟୁଜ) ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ମେଧାବୀ ଛାତ୍ର ସତ୍ୟପ୍ରକାଶ ସ୍ବାଇଁ ଙ୍କ ଦୁଇଟି କିଡିନ ଫେଲର ହୋଇଯିବା ଖବର ବିଭିର୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ବିଭିର୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଙ୍କ ପକ୍ଷରୁ ସତ୍ୟପ୍ରକାଶ ଙ୍କ ପରିବାର ପ୍ରତି ସହାନୁଭୁତି ଏବଂ ସହଯୋଗର ସହାନୁଭୁତି ଆସୁଛି | ସତ୍ୟପ୍ରକାଶ ର ଅସୁସ୍ଥ ଏବଂ ଅସହାୟ ତା କୁ ଜାଣିବା ପରେ ଗଞ୍ଜାମ ରେ ରହିଥିବା ଆଦିତ୍ୟ ବିର୍ଲା ଗୃପ ର ଗ୍ରାସିମ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ସତ୍ୟପ୍ରକାଶ ପରିବାର କୁ ୫୧୦୦୦ ଟଙ୍କାର ସହଯୋଗ ରାଶି ପ୍ରଦାନ କରାଯାଇଛି | ଗ୍ରାସିମ ଇଣ୍ଡଷ୍ଟ୍ରିଜ ଲିମିଟେଡ କମ୍ପାନୀ ର ସିନିୟର ସିକୁରୀଟି ଅଫିସର ଦିଲୀପ କୁମାର ସାହୁ ସୁଦୂର ଗଞ୍ଜାମ ରୁ ଆସି ଅସ୍ତରଙ୍ଗ ଅଞ୍ଚଳର ରାମଚନ୍ଦ୍ରପୁର ଗ୍ରାମଠାରେ ସତ୍ୟପ୍ରକାଶ ଙ୍କ ଘରେ ପହଞ୍ଚି ସତ୍ୟପ୍ରକାଶ ଙ୍କ ପିତା ପଞ୍ଚାନନ ସ୍ବାଇଁ ଙ୍କୁ ପ୍ରଦାନ କରିଛନ୍ତି | ଏହି ଅର୍ଥରାଶି ପ୍ରଦାନ କରିବା ସମୟରେ ଅସ୍ତରଙ୍ଗ ବ୍ଲକ ସାଂସଦ ପ୍ରତିନିଧି ଦିବାକର ଛାଟୋଇ ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ,ଶାରଳା ସ୍ପୋଟିଙ୍ଗ କ୍ଲବ ର ସଭାପତି ଯୁଗଳ କିଶୋର ମହାନ୍ତି,ଅଜୟ କୁମାର ସ୍ବାଇଁ ,ବିଜୟ କୁମାର ମଲିକ ପ୍ରମୁଖ ଉପସ୍ତିତ ରହିଥିଲେ | ସୁଦୂର ଗଞ୍ଜାମ ରୁ ଅସ୍ତରଙ୍ଗ କୁ ଆସି ଗ୍ରାସିମ ଇଣ୍ଡଷ୍ଟ୍ରିଜ ଲିମିଟେଡ କମ୍ପାନୀ ଜଣେ ଅସହାୟ ଗରିବ ଛାତ୍ର ର ଶରୀର ଆରୋଗ୍ଯ ନିମନ୍ତେ ଆର୍ଥିକ ସହାୟତା କୁ ଅସ୍ତରଙ୍ଗ ଅଞ୍ଚଳରେ ପ୍ରସଂଶା କରାଯାଇଛି | ଆର୍ଥିକ ସହାୟତା ପାଇ ଗ୍ରାସିମ ଇଣ୍ଡଷ୍ଟ୍ରିଜ ଲିମିଟେଡ କମ୍ପାନୀ ର ସମସ୍ତ କର୍ମଚାରୀ ଙ୍କୁ ସତ୍ୟପ୍ରକାଶ ଙ୍କ ପିତା ପଞ୍ଚାନନ ସ୍ବାଇଁ ଧନ୍ୟବାଦ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *