ରାଜ୍ୟ

ବିକଶିତ  କୃଷି ବିକଳ୍ପ ଅଭିଯାନ ଓ ବୈଷୟିକ ଆଲୋଚନା

Spread It

ବିକଶିତ  କୃଷି ବିକଳ୍ପ ଅଭିଯାନ ଓ ବୈଷୟିକ ଆଲୋଚନା

ନିମାପଡ଼ା, ୧୨/୬(ଏପିନ୍ୟୁଜ) ନୂତନ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗକରି କୃଷିରବିକାଶ  ଓ କୃଷକ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଣୟନ କରୁଥିବା ବହୁମୁଖୀ ଯୋଜନା ତଥା କୃଷକ, ବୈଜ୍ଞାନିକ ଆଲୋଚନା ଚକ୍ର ସ୍ଥାନୀୟ ବ୍ଲକର ଦଳଭାଣପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆଇସିଏଆର ମାଛ ଚାଷ ବିଭାଗର ଉପ ମହାନିର୍ଦ୍ଦେଶକ ଡଃ ଜୟକୃଷ୍ଣ ଜେନା, ମୁଖ୍ୟ ଅତିଥିଭାବେ ଯୋଗଦେଇ ମାଛ ଚାଷରେ ନୂତନ ପ୍ରଜୁକ୍ତି ବିଦ୍ୟା ରାଜ୍ୟ ଓ ଜାତୀୟ ସ୍ତରରେ ଥିବା ସୁବିଧା ଉପରେ କହିଥିଲେ । କୃଷି କାର୍ଯ୍ୟରେ ଡ୍ରୋନର ବ୍ୟବହାର ମାଧ୍ୟମରେ ମତ୍ସ୍ୟଚାଷ, ସମନୀତ କୃଷି ତଥା ମାଛ ଚାଷରେ ନୂତନ ପଦ୍ଧତି ଚାଷୀମାନଙ୍କୁ ଆର୍ଥିକ ଉନ୍ନତିର ଲକ୍ଷ୍ୟକୁ ପୂରଣ କରିପାରିବ। ସିଫାର ନିର୍ଦ୍ଦେଶକ ଡଃ ପି କେ ସାହୁ ମାଛ ଚାଷର ଗୁଣମାନ ଉନ୍ନତି, ରୋଗ ପ୍ରତିରୋଧକ, ନୂତନ କୌଶଳ ସମ୍ପର୍କରେ ଅବଗତ କରାଇଥିଲେ। ଓୟୁଏଟି ର କୃଷି ସଂପ୍ରସାରଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡଃ ଅମରେଶ ଖୁଣ୍ଟିଆ ଓ କୃଷି ବିଜ୍ଞାନ କେନ୍ଦ୍ର ପୁରୀର ମୁଖ୍ୟ ଡାକ୍ତର ସୂର୍ଯ୍ୟ ନାରାୟଣ ମିଶ୍ର, ଜିଲ୍ଲା କୃଷି ଅଧିକାରୀ ସତ୍ୟ ନାରାୟଣ କର, ବ୍ଲକ କୃଷି ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ରାଜେଶ କୁମାର ବାରିକ ଯୋଗ‌ଦେଇଥିଲେ।

Leave a Reply

Your email address will not be published. Required fields are marked *