TOP STORIESରାଜ୍ୟ

କୃ‌ଷିକମିଶନର ତଥା ପୁରୀ ଜିଲା ନୋଡ଼ାଲ ଅଧିକାରୀଙ୍କ ନିମାପଡ଼ାର ବିଭିନ୍ନ କ୍ଷେତ୍ର ପରିଦର୍ଶନ

Spread It

ନିମାପଡ଼ା, ୨୬/୪(ଏପିନ୍ୟୁଜ) ପୁରି ଜିଲା ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରୁଥିବା ତଥା କୃଷି କମିଶନର ଡ଼ ଅରବିନ୍ଦ ପାଢୀ ଗତ ୨୫ ରେ ନିମାପଡ଼ା ବ୍ଳକ ପକ୍ଷରୁ ପଞ୍ଚାୟତ ଗୁଡ଼ିକରେ କାର୍ଯ୍ୟକାରୀ କରାଯାଉ ଥିବା କୃଷି , ମତ୍ସ୍ୟ, ପଶୁ ସମ୍ପଦ, ମୂତ୍ତିକା ସଂରକ୍ଷଣ ଉଦ୍ୟାନ ବିଭାଗ ଅଧିକାରୀମାନଙ୍କୁ ନେଇ ନିମାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ଗ୍ରସ୍ତକରି ଯୋଜନା ସଫଳ ରୂପାୟନ କିପରି କରାଯାଉଛି ତାହାର ତଦାରଖ କରିଥିଲେ। ରେଞ୍ଚ ପଞ୍ଚାୟତର ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ପରିଦର୍ଶନ କରି ପ୍ରବେଶ ପଥରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ରାମ୍ଫ ନିର୍ମାଣ କରି ‌ଷ୍ଟିଲ ବାଡ଼ଦେବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଲ୍ୟାଣ ମଣ୍ଡପ ପରିଷରରେ ଔଷଧୀୟ ଉଦ୍ୟାନ କରିବାକୁ ସରପଞ୍ଚ ପ୍ରସନ୍ନ ସ୍ବାଇଁଙ୍କୁ ପରାମର୍ଶ ଦେଇଥିଲେ। ଏହି ପଞ୍ଚାୟତରେ  ପକ୍ଷରୁ ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା  ସୁବିଧା କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଭୋଦର ପଞ୍ଚାୟତ ଅନ୍ତର୍ଗତ ଗଡ଼ଝିଙ୍କିରିଆ ଗ୍ରାମରେଥିବା ଏକ କୃଷି ଉଦ୍ୟାନ ଓ ମାଛ ପୋଖରୀକୁ ପରିଦର୍ଶନଥିଲେ ।  ଏହି କାର୍ଯ୍ୟକ୍ରମରେ କୃ‌ଷି କମିଶନରଙ୍କ ସହିତ ପୁରୀ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରିୟରଞ୍ଜନ ପୃ‌ଷ୍ଟି ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ସହକାରୀ ଯନ୍ତ୍ରୀ ସୁନିଲ କୁମାର ନନ୍ଦ ଏସଡ଼ିପିଓ ଜନାର୍ଦ୍ଦନ ପାଢୀ ବ୍ଲକର ମତ୍ସ ସଂପ୍ରସାରଣ ଅଧିକାରୀ ଆଶିଷ ସାହୁ  ଉଦ୍ୟାନ ଅଧିକାରୀ  ଶୁଭଶ୍ରୀ କର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *