ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କଲା ବିଜେଡ଼ି

Spread It

ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କଲା ବିଜେଡ଼ି
ପିପିଲି,୨୮/୫:(ଏପିନ୍ୟୁଜ)ପିପିଲିରେ ବିଜେଡ଼ି ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛି । ପିପିଲି ଓ ଡେଲାଙ୍ଗ ଅଂଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେଉଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ଆଜି ସନ୍ଧ୍ୟାରେ ପିପିଲି ହାଟଛକ ଠାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ଲକ ବିଜେଡି ସଭାପତି ତଥା ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁଙ୍କ ନେତୃତ୍ୱରେ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ପିପିଲି ଏନଏସି ଅଧ୍ୟକ୍ଷ ସେକ ବାବୁ, ପୌର ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ମହିଳାନେତ୍ରୀ ରାନୁ ପାତ୍ର, କାଉନସିଲର ଚନ୍ଦନ ସେଠୀ, ବିଜେଡ଼ି ନେତା ଶରତ ବେହେରା, ସରପଂଚ ଧୃବଚରଣ ପ୍ରଧାନ, ପ୍ରଦୀପ୍ତ ମିଶ୍ର, ପୂର୍ବତନ ସରପଂଚ ପ୍ରକାଶ କୁମାର ଧଳ, କୁଞ୍ଜମୋହନ ଦାଶ, ଯୁବନେତା ସତ୍ୟନାରାୟଣ ବସ୍ତିଆ, ଆର୍ତବନ୍ଧୁ ସାମନ୍ତରାୟ, ସୁନିଲ ବରାଳ, ଆଶିଷ ବରାଳ, ରଶ୍ମିରଞ୍ଜନ ଭଟ୍ଟ, ବିଶ୍ୱଜିତ ଦାଶ, ସୌମ୍ୟରଞ୍ଜନ ମହାପାତ୍ର, କୁନା ଦାଶଙ୍କ ସମେତ ଶତାଧିକ କର୍ମୀ ଓ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଜେପି ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ପିପିଲିର ଜଣେ ମହିଳା ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ତହସିଲ କାର୍ଯ୍ୟାଳୟ ମଧ୍ୟରେ ଅତିରିକ୍ତ ତହସିଲଦାର ଅସଦାଚରଣ କରିବା ଘଟଣାରେ ଅଭିଯୁକ୍ତ ଅତିରିକ୍ତ ତହସିଲଦାରଙ୍କୁ ତୁରନ୍ତ ଗିରଫ କରାଯାଇ ଚାକିରିରୁ ବହିଷ୍କାର କରିବାକୁ ବିଜେଡ଼ି ଦାବି କରିଥିଲା । ନିର୍ବାଚନମଣ୍ଡଳୀ ଅଂଚଳରେ ବୃଦ୍ଧି ପାଉଥିବା ବେଆଇନ ନିଶା କାରବାରକୁ ରୋକାଯିବା ସହ ବେଆଇନ ବାଲି ଓ ମାଟି ଚୋରାଚାଲାଣ ବିରୋଧରେ ଆଇନଗତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିଲା । ଏଥିସହ ଦିନକୁ ଦିନ ବୃଦ୍ଧି ପାଉଥିବା ନାବାଳିକା ବଳତ୍କାର ମାମଲା, ଅପହରଣ ମାମଲା, ଚୋରି ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡି ସମାଲୋଚନା କରିଥିଲା ।

Leave a Reply

Your email address will not be published. Required fields are marked *