ନିମାପଡା କୁଶଭଦ୍ରା ଓ କୁଆଖାଇ ନଦୀର ସଂଯୋଗ ସ୍ଥଳ ଖୋଳାଯାଇ କୁଶଭଦ୍ରାକୁ ପାଣି ଅଣାଯିବ
ନିମାପଡ଼ା,୨୦/୫(ଏପିନ୍ୟୁଜ) ଆଜି ମଧ୍ୟାହ୍ନରେ ନିମାପଡ଼ା କୁଶଭଦ୍ରା ବ୍ରିଜ ନିକଟରେ ଥିବା ମା’ ଦକ୍ଷୀଣ କାଳୀ ମନ୍ଦିର ନିକଟସ୍ଥ ନଦୀବନ୍ଧର ଉନ୍ନତିକରଣ ପ୍ରକଳ୍ପର ସମେତ ଅନ୍ୟ ୯କୋଟି ଟଙ୍କା ବ୍ୟୟରେ ନିମାପଡ଼ା ଜଳସେଚନ ବିଭାଗ ଅଧିନରେ ଥିବା କେନାଲ ଗୁଡ଼ିକର ଉନ୍ନତି କରଣ ପ୍ରକଳ୍ପରଗୁଡ଼ିକର ନିର୍ମାଣର ଦକ୍ଷୀଣ କାଳୀ ମନ୍ଦିର ନିକଟରେ ୧୨ଟି ପ୍ରକଳ୍ପର ଗୋଟିଏ ସ୍ଥାନରେ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଣିକି ନିମାପଡ଼ାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ କହିଥିଲେ। କୈାଣସି ନେତାଙ୍କ ନାମ ନନେଇ ଦଳ ମଧ୍ୟରେ ଥାଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ସମାଲୋଚନା କରୁଥିବା ସଙ୍ଗଠନ କରିବାକୁ ଉଦ୍ୟମ କରୁଥିବା ନେତାଙ୍କୁ ଲକ୍ଷ୍ୟକରି ତୀବ୍ର ସମାଲୋଚନା କରିଥିଲେ। କୁଶଭଦ୍ରା ନଦୀ ଏକ ସୁପ୍ତ ନଦୀରେ ପରିଣିତ ହେବାକୁ ଯାଉଛି। ପୁରୀ ଏବଂ ଖୋର୍ଦ୍ଧାଜିଲା ଜୀବନରେଖା ଭାବେ ପରିଚିତ କୁଶଭଦ୍ରା ନଦୀ ଭିତର ବାଲିଅନ୍ତାଠାରେ କୁଆଖାଇ ନଦୀର ମୁହାଣକୂ ଖୋଳାଯିବ ଯେପରି ସବୁ ରୁତୁରେ ଯେଭଳି କୁଶଭଦ୍ରା ନଦୀରେ ପାଣି ରହିବ ତାହାର ମାଷ୍ଟର ପ୍ଲାନ ବିଶେଷଜ୍ଞ ମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି। କୁଶଭଦ୍ରା ନଦୀର ଗର୍ଭକୁ ଖନନ କରାଯିବ ଏବଂ ଧନୁଆଁ ନାଳ ବନ୍ୟା ନିୟନ୍ତ୍ରୀଣ ସହ ସମସ୍ତ ଡ଼୍ରେନର ମରାମତି କରାଯିବ। କୃଷି କାର୍ଯ୍ୟର ଉନ୍ନତି କରାଯିବ। ଏଥିପାଇଁ ଖର୍ଚ୍ଚ ହେବାକୁଥିବା ଆମ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ସମସ୍ତ ଅର୍ଥ ବରାଦ କରିଛନ୍ତି ବୋଲି ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରୀତମ ଚେତନ ପୋଥାଲସୁଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ସସ୍ମିତା ସାହୁ ଉପାଧ୍ୟକ୍ଷ ସନ୍ତୋଷ ଦାଶ,କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ଜଳସେଚନ ବିଭାଗ ନିମାପଡ଼ା ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ ସହକାରୀ ଯନ୍ତ୍ରୀ ହେମାମାଳିନୀ ପତି ଓ ଉମାକାନ୍ତ ବେହେରା, ବିଜେପି ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।