ରାଜ୍ୟ

ଦିବ୍ୟ ଜୀବନ ସଂଘ ପ୍ରତିଷ୍ଠାର ୫୦ ବର୍ଷ ପୁର୍ତ୍ତି ପାଳନ

Spread It

 ନିମାପଡ଼ା,(ଏ.ପି ନ୍ୟିୁଜ, ଉର୍ମି ସେନାପତି) କଲେଜ ଛକରେ ଥିବା ଦିବ୍ୟ ଜୀବନ ସଂଘ ,ନିମାପଡ଼ା ଶାଖାର ୫୦ ବର୍ଷ ପୁର୍ତ୍ତିପାଳନ ଏକ ସପ୍ତାହ ଧରି ଧାର୍ମିକ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସୁବର୍ଣ୍ଣ ଜୟନ୍ତୀର ଉଦଯାପନୀ  ଉତ୍ସବ  ସଂଘର ସଭାପତି ଡ଼ାକ୍ତର ରବିନ୍ଦ୍ର ନାଥ ଖୁଣ୍ଟିଆଙ୍କ  ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସଭାପତି ଶ୍ରୀ ଖୁଣ୍ଟିଆ ଅତିଥିପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।   ଧର୍ମସଭାରେ  ମୁଖ୍ୟ ଅତିଥିଭାବେ ଆର୍ଯ୍ୟସମାଜର କାର୍ଯ୍ୟକାରୀ ସଭ୍ୟପଣ୍ଡିତ  ବିରେନ୍ଦ୍ର ପଣ୍ଡା , ସମ୍ମାନ୍ନୀତ ଅତିଥିଭାବେ ଜଗନ୍ନାଥାନନ୍ଦ ମହାରାଜ, ସ୍ବାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ସରସ୍ବତୀ ମହରାଜ, ବାବାଜୀ ବ୍ରଜବଧୁଂ ଦାସ ଜୀ ମହା‌ରାଜ, ଚିନ୍ମୟ ମିଶନ ସ୍ବାମୀ  ରିଜିତାନନ୍ଦ ସରସ୍ବତୀ, ସାସଂଦ ପ୍ରତିନିଧି ମୀନଲତା ମହାନ୍ତି , ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ ପ୍ରମୁଖ ଯୋଗଦେଇଥିଲେ। ସ୍ବାଗତ ଭାଷଣ ଦେଇଥିଲେ ଗଗନ ବିହାରୀ ସେନାପତି, ଧନ୍ୟବାଦ ଦେଇଥିଲେ ପବିତ୍ର ମୋହନ ବରାଳ, ସଂପାଦକୀୟ ବିବରାଣୀ ପାଠ କରିଥିଲେ ସଂପାଦକ ନିରଞନ ସ୍ବାଇଁ।  ନିରଦବରଣ ଖୁଣ୍ଯିଆ ଧର୍ମସଭାର ମଂଚ ପରିଚାଳନା କରିଥିଲେ। ସୁବଣ୍ଣ ଜୟନ୍ତୀ ପାଳନ ଅବସରରେ ଆଶ୍ରମ ପରିସରରେ ସାତଦିନବ୍ୟାପି ଭାଗବତ ସପ୍ତାହ କୃଷ୍ଣପ୍ରେମାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ  ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ  ଆଜି ବିଶିଷ୍ଟ ହୃଦରୋଗ ବି‌‌ଷେଶଜ୍ଞ ଡ଼ାକ୍ତର  ବନବିହାରୀ ମିଶ୍ର ଓ ଡ଼ାକ୍ତର ଜ୍ୟୋତି ରଞନ ଖୁଣ୍ଟିଆଙ୍କ ତତ୍ବାବଧାନରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ  ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *