ହିନ୍ଦୁ ଝିଅ ଓ ମୁସଲିମ ପୁଅ ମଧ୍ୟରେ ଭଲ ପାଇବାକୁନେଇ ସଂଘର୍ଷ
ନିମାପଡ଼ା, ୧୬/୫(ଏପିନ୍ୟୁଜ) ନିମାପଡ଼ା ଥାନା ଅନ୍ତର୍ଗତ ବଡମାଛପୁର ପଞ୍ଚାୟତର କାଞ୍ଜିଆକୁଣ୍ଡ ଏବଂ ରେଘାଳୋ ପୁଅ ଓ ଝିଅ ମଧ୍ୟରେ ଭଲପାଇବାକୁ ନେଇ ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଥାନାରେ ଅଭିଯୋଗ ହୋଇଛି। ଝିଅ ଗୋଷ୍ଠୀର ଲୋକମାନେ ପୁଅ ସମର୍ଥକ ଗୋଷ୍ଠୀର ମହିଳାମାନଙ୍କୁ ଆକ୍ରମଣ କରିବାସହ ଓ ତାଙ୍କର କାରକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ କାଜିଆକୁଣ୍ଡ ଗ୍ରାମର ଏକ ପ୍ରତିଷ୍ଠିତ ପରିବାର ଝିଅ ଭୁବନେଶ୍ବରରେ ରହି ପାଠ ପଢେ। ସେ ଘରକୁ ଆସିଥିବାବେଳେ ଗ୍ରାମ ନିକଟରେ ଘାଳୋ ବସ୍ତିର ପୁଅ ଶେଖ ସରତାଜ କାସିମ ଭଲ ପାଇ ଉଭୟ ଘରଛାଡ଼ି ପଳାଇଥିଲେ। ପରେ ଝାଡ଼ଖଣ୍ଡରୁ ପୁଲିସ ଦ୍ବାରା ଉଭୟ ଧରାପଡ଼ି ଫେରିଥିଲେ। ଝିଅକୁ ପୁରୀର ଏକ କନ୍ୟା ଆଶ୍ରମକୁ ପଠାଇଥିଲେ। ଝିଅ ଏଇ ସପ୍ତାହରେ ଘର କାଞ୍ଜିଆକୁଣ୍ଡକୁ ଆସି ରହିଥିଲା। ରାତି ଅଧରେ ସେ ନିଜ ବାପଘରୁ ନିଜ ପ୍ରେମିକ ଘର ସରତାଜ ଘରକୁ ଚାଲିଯାଇଥିଲା। ଉଭୟ ପୁଅ ଝିଅକୁ ପୁଲିସ ଉଦ୍ଧାର କରିଥାନାକୁ ଆଣି ପଚାରିବାରୁ ଝିଅକୁ ୧୮ ବର୍ଷ ହୋଇଯାଇଥିବା ବାଳିକା କହିଥିଲା । ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀର ଗଣ୍ଡୋଗୋଳ ଘଟିଥିଲା । ସଂଖ୍ୟାଲଘୁ ଗୋଷ୍ଠୀର ମହିଳା ମାନେ ଆହତ ହୋଇଥିବା ଏବଂ ଗୋଟିଏ କାରକୁ ଭାଙ୍ଗି ଥିବା ପୁଲିସରେ ଅଭିଯୋଗ ହୋଇଛି।