ମାଧବାନନ୍ଦ ନିୟୁ ବିକାଶ ସମିତି ଗଠିତ।
ଚାରିଛକ, (ସନ୍ତୋଷ ଦାଶ) ପ୍ରାଚୀ ଉପତ୍ୟକା ର ଦୂର୍ଗା ମାଧବ ମନ୍ଦିର ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ବୋଲି ଲୋକକଥା ରହିଛି। ଏହି ମନ୍ଦିର ର ଦୈନନ୍ଦିନ ପୂଜା ନୀତି ରେ ଶୃଙ୍ଖଳା ଆଣିବାକୁ ଓ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଭୌମ୍ୟ ଏକାଦେସୀ ଯାତ୍ରା ଏବଂ ପୋଢୁଁଆ ଭାର ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହେବ ସେ ଦିଗକୁ ବିଚାର କରି ମନ୍ଦିର ର ହେଡେଟାରୀ ଟ୍ରଷ୍ଟି ପ୍ରଶାନ୍ତ ଦେବ ଗୋସ୍ୱାମୀ ଙ୍କ ପୌରହିତ୍ୟ ରେ ମାଧବ ପ୍ରେମୀ ଓ ଶ୍ରୀ ଜଗନ୍ନାଥ ପ୍ରେମୀ /ଭକ୍ତ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ ଭାବେ “ମାଧବାନନ୍ଦ ଜିୟୁ ବିକାଶ ସମିତି ” ନାମ ରେ ଏକ ସଙ୍ଗଠନ ଗଠନ କରାଯାଇଛି ବୋଲି ମାଧବାନନ୍ଦ ଟ୍ରଷ୍ଟି ର ଉପଦେଷ୍ଟା ରାମକୃଷ୍ଣ ମହାପାତ୍ର କହିଛନ୍ତି । ଏହି ସଭାରେ ସୌମ୍ୟକାନ୍ତ ପ୍ରଧାନ ଙ୍କ ପ୍ରସ୍ତାବ ରେ ନୂତନ ସ୍ଥାୟୀ ସଭାପତି ଭାବେ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟନାୟକ ଙ୍କ ନାମ ଘୋଷଣା ହୋଇଥିବା ବେଳେ ରତ୍ନାକର ବାରିକ ଙ୍କ ପ୍ରସ୍ତାବ ରେ ସତ୍ୟ ନାରାୟଣ ସେନାପତି ଙ୍କୁ ସ୍ଥାୟୀ ସାଧାରଣ ସମ୍ପାଦକ ଭାବେ ଘୋଷଣା କରା ଯାଇଛି। ନୂତନ ସଭାପତି ଓ ସାଧାରଣ ସମ୍ପାଦକଙ୍କ ନିର୍ଦ୍ଦେଶ ରେ ନୂତନ ଉପ ସଭାପତି ଭାବେ ମିନାକ୍ଷୀ ପୃଷ୍ଟି ,ଯୁଗ୍ମ ସମ୍ପାଦକ ଭାବେ ସୌମ୍ୟକାନ୍ତ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ପୁଷ୍ପାଳକ , କୋଷାଧ୍ୟକ୍ଷ ଭାବେ ଯୋଗେନ୍ଦ୍ର ଜେନା ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି।ନାମ ପ୍ରକାଶ କରିଥିଲେ । ଏହି ବୈଠକ ରେ ନିମାପଡା ନିର୍ବାଚନମଣ୍ଡଳୀ ର ପୂର୍ବତନ ବିଧାୟକ ବେଣୁଧର ସେଠୀ , ପୂର୍ବତନ ଟ୍ରଷ୍ଟି ସରୋଜ କୁମାର ବେହେରା ,ସଦସ୍ୟ ଅନନ୍ତ ଚରଣ ପାତ୍ର ଙ୍କ ସହିତ ଗୋପ , ନିମାପଡା ,ଚାରିଛକ ଅଞ୍ଚଳରୁ ଶତାଧିକ ଜଗନ୍ନାଥ ପ୍ରେମୀ ଓ ମାଧବାନନ୍ଦ ଙ୍କ ଭକ୍ତ ଯୋଗ ଦେଇଥିଲେ ।
