ଜୟଶ୍ରୀ ମହାବୀରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ନିମାପଡ଼ା,(ଏ.ପି ନ୍ୟିୁଜ) ଆଜି ଗଡ଼ ଅଣ୍ଢି୍ଆ ଗ୍ରାମର ଇଷ୍ଟ ଦେବ ହନୁମନ୍ତ ଦେବଙ୍କର ନବ ନିର୍ମିତ ଭବ୍ୟ ମନ୍ଦିର ଓ ପାଶ୍ବ ଦେବତାଙ୍କ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ବୈଦିକ ବିଧାନରେ ସମ୍ପୂର୍ଣ୍ଣ ହୋଇଛି। ତିନିଦିନଧରି ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ଅଙ୍କୁରାପଣଓ ଶାଲା ପ୍ରତିଷ୍ଠା, ଜଳାଧିବାସ, ପଞ୍ଚକର୍ମ, ଶାଲା ମଣ୍ଡପ ପୂଜା, ଅଗ୍ନି, ସଂସ୍କାର ଓ ସ୍ଥାପନ, ହୋମ ବିଗ୍ରହଧାନ୍ୟା ଦିବାସ ଚାଳିସା ପାଠ , ସୂର୍ୟ୍ୟପୁଜା ଗୋପୂଜା, ବିଶେଷ ହୋମ ବିଗ୍ରହ ଜୀବନ୍ୟାସ , ପ୍ରାଣ ପ୍ରତିଷ୍ଠା, ହନୁମନ୍ତଦେବଙ୍କ ମହାସ୍ନାନ ପୁଜା , ଭିନ୍ଦିପାଳ ଓ ଧ୍ବଜ ବିଜେ ଆଦି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରେ ଶ୍ରୀ ହନୁମନ୍ତ ଦେବଙ୍କ ବିଗ୍ରହ ହୋମଯଜ୍ଞ ନୂତନ ମନ୍ଦିରରେ ପ୍ରବେଶ ନୀତି ସମାପନ କରାଯାଇଥିଲା। ଯଜ୍ଞର ପୂର୍ଣ୍ଣହୁତି ସଂଧ୍ୟାରେ ସମାପନ କରାଯାଇଥିଲା। ମନ୍ଦିର ପ୍ରତିଷ୍ଠା କାର୍ୟ୍ୟରେ ବେଦଜ୍ଞ ବ୍ରାହ୍ମଣମାନଜ୍ଞ ଦ୍ବାରା ନୂତନ ମନ୍ଦିର ପ୍ରତିଷ୍ଠା ଓ ପୁଜା କାର୍ୟ୍ୟ କରାଯାଇଥିଳା। ୩ଦିନଧରି ଗଡ଼ ଅଣ୍ଢିଆ ଗ୍ରାମରେ ଏକ ପ୍ରକାର ଆଧ୍ୟତ୍ବିକ ପରିବେଶ ସୃଷ୍ଟି ହେବାସହ ମହାବୀରଙ୍କ ଫଟଥିବା ପତକା ଉଡ଼ୁଥିବା ଗଡ଼ଅଣ୍ଢିଆ ଗ୍ରାମକୁ ଉତ୍ସବମୁଖର କରିଥିଲା।
