ରାଜ୍ୟ

ମହାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ

Spread It

ନିମାପଡା: ୧୧/୦୫ (ଏପିନ୍ୟୁଜ) ମହାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ପ୍ରେରଣା ଦିବସ ୨୦୨୫ ଭାରତ ସ୍କାଉଟ ଏବଂ ଗାଇଡ଼ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଭବାନୀ ପଟ୍ଟନାୟକ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ଼କ୍ଟର ଅରୁନ୍ଧତୀ ଦେବୀ କହିଲେ, ସ୍ଵର୍ଗତ ପଦ୍ମଶ୍ରୀ ପଟ୍ଟନାୟକ ଥିଲେ ଜଣେ ଯୁଗଶ୍ରଷ୍ଠା ମହାମାନବ। ତାଙ୍କ ନିଃସ୍ୱାର୍ଥପର ତ୍ୟାଗ, ଦେଶପ୍ରେମ ଓ ମାନବ ସେବାର ପଟାନ୍ତର ନାହିଁ। ସେଭଳି ବ୍ୟକ୍ତି ହୁଏତ ଆଉ ଏ ଧରାପୃଷ୍ଠରେ ଜନ୍ମଗ୍ରହଣ କରିବେ କି ନାହିଁ ସନ୍ଦେହ । ମାନବ ଓ ସମଗ୍ର ଜୀବଜଗତର କଲ୍ୟାଣ ପାଇଁ ତାଙ୍କର ନିଷ୍ଠା ଉଚ୍ଚ ଜୀବନ ଆଦର୍ଶ ବହୁ ଯୁବପ୍ରାଣକୁ ପ୍ରଭାବିତ କରିଥିଲା। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଠ ଗାନ୍ଧୀବାଦୀ ଶ୍ରୀ ପ୍ରହ୍ଲାଦ ସିଂହ କହିଲେ ଅହିଂସାର ନିଚ୍ଛକ ଅଭିବ୍ୟକ୍ତି ଭବାନୀ ବାବୁଙ୍କ ଜୀବନ ଧାରା ଗାନ୍ଧିମୟ ଥିଲା । ସେ ସମାଜରେ ଯେଉଁ ଶାନ୍ତି ଓ ସଙ୍ଗତିର ଶିକ୍ଷା ଦେଇ ଯାଇଛନ୍ତି ତାହା ସବୁଦିନ ପାଇଁ ଆମକୁ ଅନୁପ୍ରାଣିତ କରୁଥିବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ପ୍ରେରଣା ଦିବସରେ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିବା ବିଶିଷ୍ଠ ବ୍ୟକ୍ତିମାନଙ୍କ ମଧ୍ୟରେ ବିଶିଷ୍ଠ ଆଇନଜିବୀ ଶ୍ରୀ ସୁଧୀର ମହାନ୍ତି, ସମାଜସେବୀ ଶ୍ରୀ ନିରୋଦ ବରଣ ଖୁଣ୍ଟିଆ, ଶ୍ରୀ ସୋମ, ଶ୍ରୀ ହାର ପ୍ରସାଦ ମହାପାତ୍ର,ଶ୍ରୀ ରତ୍ନାକର ସାହୁ, ଶ୍ରୀ ବିକ୍ରମ ନାୟକ, କଣ୍ଠଶିଳ୍ପୀ ଶ୍ରୀ ବିକ୍ରମ ମହାପାତ୍ର, ଶ୍ରୀ ହେମନ୍ତ ସାହୁ । ଅତିଥିମାନଙ୍କୁ ସ୍ଵାଗତ କରିଥିଲେ ଫାଉଣ୍ଡେସନର ପରିଚାଳନା ଟ୍ରଷ୍ଟି ଡ॰ ବେଣୁଧର ସେନାପତି ।

Leave a Reply

Your email address will not be published. Required fields are marked *