୧୯୮୮ ମାଟ୍ରିକ ବ୍ୟାଚର ବଧୁଂ ମିଳନ ଉତ୍ସବ
ନିମାପଡ଼ା,(ଏ.ପି ନ୍ୟିୁଜ) ନିମାପଡ଼ା ହାଇସ୍କୁଲ ୧୯୮୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ନୀଳାମ୍ଭୁ ଚିଲିକା କୂଳ ତଥା ପର୍ଯ୍ୟଟନ କ୍ଷେତ୍ର ସାତପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି ୮୮ ବ୍ୟାଚର ସମସ୍ତ ସାଥୀ ଛାତ୍ରମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ନିମାପଡ଼ା ହାଇ ସ୍କୁଲ ପିଏମ ଶ୍ରୀ ହାଇ ସ୍କୁଲ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀଙ୍କୁ ପୂର୍ବତନ ଛାତ୍ରମାନେ କୃତଜ୍ଞତା ଜଣାଇଥିଳେ। ହାଇସ୍କୁଳ ଆଗକୁ ବଢିବାପାଇଁ ସହଯୋଗ ଆବଶ୍ୟକ ସହଯୋଗ କରିବାକୁ ପୂର୍ବତନ ଛାତ୍ରମାନେ ଶପଥ ନେଇଛନ୍ତି।
