ରାଜ୍ୟ

ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହ ହେଲା ସରୀସୃପଙ୍କ ଧରାସ୍ଥଳୀ

Spread It

ନିମାପଡ଼ା, ୨୯/୩ (ଏପିନ୍ୟୁଜ) ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହ ହେଲା ସରୀସୃପଙ୍କ ଧରାସ୍ଥଳୀ । ନିମାପଡ଼ା ଏନ.ଏ.ସି.ରେ ତିନୋଟି ୱାର୍ଡ଼ରେ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଗୃହ ବ୍ୟବହାର ଉପ‌ଯୋଗୀ ନହେବାରୁ ଉକ୍ତ ଗୃହ ଗୁଡ଼ିକ ଭୂତ ଓ ସରୀସୃୃପମାନଙ୍କ ବାସସ୍ଥଳୀରେ ପରିଣିତ ହୋଇଯାଇଛି । ନିମାପଡ଼ା ଏନ.ଏ.ସି ୨ନଂ ୱାର୍ଡ଼, ୩ନଂ, ୬ନଂ ୱାର୍ଡ଼ ଏବଂ ୧୧ନଂ ୱାର୍ଡ଼ରେ ମିଶନଶକ୍ତି ପାଇଁ ଗୃହ ନିର୍ମାଣ କରାଯାଇଥିଲା। ମହିଳା ଉତ୍ପାଦିକ ସଂଘଗୁଡିକ ପକ୍ଷରୁ ଉତ୍ପାଦନ କରାଯାଉଥ‌ିବା ପଦାର୍ଥ ଓ ଜିନିଷପତ୍ର ଗୁଡ଼ିକର ବିକ୍ରିବଟା କରିବାପାଇଁ ନିମାପଡା ଏନ୍.ଏ.ସି ଉପରୋକ୍ତ ୱାର୍ଡ଼ ଗୁଡ଼ିକରେ ମିଶନଶକ୍ତି ଯୋଜନାରେ ଦୋକାନ ଗୃହ ନିର୍ମାଣ କରାଯାଇଥିଲା । ଗୋଟିଏ ମିଶନ ଶକ୍ତି ଦୋକାନ ଗୃହ ନିର୍ମାଣ ପାଇଁ ଏନ.ଏ.ସି ପକ୍ଷରୁ ୭ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ଓ ମୋଟ ୨୮ ଲକ୍ଷଟଙ୍କା କରାଯାଇଛି । ପରିଷଦର ୪ଟି ସ୍ଥାନରେ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଗୃହ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ବର୍ତ୍ତମାନ ସୁଧା ଏହି ଗୃହ ଗୁଡିକ କାହିଁକି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ, ଏହି ଉତ୍ତର କାହା ପାଖରେ ନାହିଁ । ଲକ୍ଷ୍ୟାଧିକ ଟଙ୍କାର ଏହି ଗୃହ ‌ଗୁଡିକ କେବେ ହେବ କାର୍ଯ୍ୟକ୍ଷମ ? ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ସେଥିପ୍ରତି ଦୃଷ୍ଟିଦେବା ପାଇଁ ସାଧାରଣ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *