ରାଜ୍ୟ

କେରଳ ଛୁଇଁଲା ମୌସୁମୀ

Spread It

ନିମାପଡ଼ା ,୨୪/୫(ଏପିନ୍ୟୁଜ) ପ୍ରଚଣ୍ଡ ରୌଦ୍ର ତାପରୁ ମିଲିଲା ଆଶ୍ୱସ୍ତି । ପାଣିପାଗ ବିଭାଗର ଆକଳନ ସତ ହେଲା । ଦୀର୍ଘ ୧୬ ବର୍ଷ ପରେ କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଠାରେ ସୂଚନାଯୋଗ୍ୟ ୨୦୦୯ ଏବଂ ୨୦୧୬ ପରେ ଆଗୁଆ କେରଳ ଛୁଇଁଛି ମୌସୁମୀ ବାୟୁ । ଏହା ଫଳରେ କେରଳ ତଟବର୍ତୀ ଅଚଂଳ ଦକ୍ଷିଣ ଆନ୍ଧ୍ରପ୍ରଦେଶ,ତାମିଲନାଡ଼ୁ ଏବଂ କର୍ଣାଟକ ରେ ପବନ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବା ସୂଚନା ମିଳିଛି । ଏହା ପ୍ରଭାବରେ ଓଡ଼ିଶାରେ ମଧ୍ୟ ଗତ ୩ ଦିନ ଧରି ବର୍ଷା ଲାଗି ରହିଛି । ଏହା ପ୍ରାକ ମୌସୁମୀ ବର୍ଷା ବୋଲି ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶାକୁ ପ୍ରବେଶ କରିଥିଲା । ସେହି ଅନୁଯାୟୀ ଚଳିତ ବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପାଗ ଅନୂକୁଳ ଥିବାରୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓଡ଼ିଶାକୁ ମୌସୁମୀ ବାୟୁ ଆଣିବାରେ ସହାୟକ ହେବ । ଯଦି ପାଣିପାଗ ବିଭାଗର ଆକଳନ ସଠିକ ହୁଏ ରାଜ୍ୟରେ ଚଳିତ ବର୍ଷ ଭଲ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଏବେ ଠାରୁ ରାଜ୍ୟର ଚାଷୀକୂଳ ଚାଷ ପାଇଁ ସଜବାଜ ଆରମ୍ଭ କଲେଣି ।

Leave a Reply

Your email address will not be published. Required fields are marked *