ରାଜ୍ୟ

ଏନ.ଏ.ସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଠିକା କାମରେ ବ୍ୟାପକ ଦୁର୍ନିତିକୁ ନେଇ ଠିକାଦାର ସଂଘର ଆନ୍ଦୋଳନ

Spread It

ନିମାପଡ଼ା, (ଏପି ନ୍ୟୁଜ) ନିମାପଡ଼ା ଏନ.ଏ.ସିରେ ଠିକାକାମରେ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ସରକାରଙ୍କ ରାଜସ୍ୱହାନି କରିବା ପରିଷଦର ସଭ୍ୟମାନଙ୍କ ଅଗୋଚରରେ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅର୍ଥ ପ୍ରଦାନ କରିବା ସ୍ୱଚ୍ଛ ଭାରତ ଯୋଜନାରେ ଅନିୟମିତତା କରିଥିବା ଅଭିଯୋଗ ନେଇ ନିମାପଡ଼ା ଠିକାଦାର ସଂଘ ଆଜି ନିର୍ବାହୀ ଅଧିକାରୀଙ୍କୁ ଘେରିବାସହ ଅଫିସକୁ ଆଜି ୩ଘଣ୍ଟା ଧରି ଅଚଳ କରିଦେଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ପରିଷଦ ଅଞ୍ଚଳରେ ତିନୋଟି ପ୍ରକଳ୍ପର କାର୍ଯ୍ୟାଦେଶଦେଇ ସମସ୍ତ ନୀତିନିୟମକୁ ଉଲଘଂନ କର ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ପ୍ରଦାନ କରିଥିବା ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନ କରିବା ପାଇଁ ଖୋରାକ ଯୋଗାଇଥିଲା। ଘଟଣାରୁ ପ୍ରକାଶ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ପରିସରରେ ଥିବା ଆହାର କେନ୍ଦ୍ର ନିକଟରେ ଫେବର ବ୍ଲକ ପକାଇବା, ପରିଷଦ ଅଫିସର ଛାତ ଉପର ଗ୍ରିଡ଼ିଙ୍ଗ କରିବା କାର୍ଯ୍ୟ, ମାଛହାଟ ପରିସରରେ ନିର୍ମାଣ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ରାସ୍ତା ନିର୍ମାଣ କରିବା ପ୍ରକଳ୍ପଗୁନିକର ବିଧିଅନୁଯାୟୀ ଟେଣ୍ଡର ନକରି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାସ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଇ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ଘଟାଇ ନିଜପକେଟ ଗରମ କରିଥିବା ଏବଂ ନିର୍ବାହୀ ଅଧିକାରୀ ସ୍ୱଛଭାରତ ଯୋଜନାରେ ଦୁର୍ନିତି ହୋଇଥିବା, ପରିଷଦ ଅଚଂଳରେ ଡ଼୍ରେନ ନିର୍ମାଣର କରିବା ପାଇଁ ଏକ ସଂସ୍ଥାକୁ ଡ଼୍ରୋନ ସର୍ଭେ କରିବାପାଇଁ ଦାୟିତ୍ୱ ଦିଆଯାଇଥିଲା ସେହି ସଂସ୍ଥାକୁ ଅନୁକମ୍ପା ଦେଖାଇ ପରିଷଦର ନିର୍ବାଚିତ ସଭ୍ୟମାନଙ୍କ ଅଗୋଚରରେ ୩୦ ପ୍ରତିଶତ ଅର୍ଥ ପ୍ରଦାନ କରିଥିବା ଘଟଣାକୁ ନେଇ ଠିକାଦାର ସଂଘର ସଭାପତି ବିଶ୍ୱଜିତ କାନୁନଗୋ, ସଂପାଦକ ଜ୍ୟୋତି ରଞ୍ଜନ ମହାନ୍ତି, କ୍ଷୀତିଶ ପ୍ରସାଦ ମହାନ୍ତି ,ଅକ୍ଷୟ ବେହେରା. ବ୍ରହ୍ମାନନ୍ଦ ସାସମଲ ପ୍ରମୁଖ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସଙ୍କୁ ଘେରିବା ସହ ଆନ୍ଦୋଳନ କରିଥିଳେ। ନିର୍ବାହୀ ଅଧିକାରୀ ଶ୍ରୀ ଦାସଙ୍କ ଦୁର୍ନିତି ବିଷୟରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଏବଂ ଜିଲାପାଳଙ୍କ ନିକଟରେ ଟେଲିଫୋନରେ ଅଭିଯୋଗ କରିବାସହ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛନ୍ତି । ଆନ୍ଦୋଳନ ପରିଷଦ ଏକ ପ୍ରକାର ଅଚଳ ହୋଇପଡ଼ିଥିଲା।

Leave a Reply

Your email address will not be published. Required fields are marked *