ଏନ.ଏ.ସି ମାର୍କେଟ କମ୍ପ୍ଲେକ୍ସ ଗୃହ ଆବଣ୍ଟନ ହେଲା । ଅତ୍ୟଧିକ ଭଡ଼ାକୁ ସ୍ଥିରକୁ ନେଇ ଅସନ୍ତୋଷ
ନିମାପଡ଼ା, ୧୦/୫(ଏପିନ୍ୟୁଜ) ନୁଆବସଷ୍ଟାଣ୍ଡ ପରିସରରେ ଦୁଇ ବର୍ଷ ପୂର୍ବେ ମାର୍କେଟ କମ୍ଫଲେକ୍ସ ଉଦଘାଟନ ସରିଥିଲେ ମଧ୍ୟ ଏନ.ଏ.ସି କର୍ତ୍ତୁପକ୍ଷଙ୍କ କାଳକ୍ଷେପଣ ନୀତି ଯୋଗୁଁ ନିର୍ମାଣ ହୋଇଥିବା ଦୋକାନ ଘର ଆବଣ୍ଟନ ହୋଇପାରିନଥିଲା । ୧୨ ବଖରା ବିଶିଷ୍ଟ ଦୁଇମହଲା ଦୋକାନ ଘରକୁ ଗତ ୯ ତାରିଖରେ ବ୍ୟବସାୟୀମାନଙ୍କୁ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯାଇଛି। ଏନ.ଏ.ସି ଅଞ୍ଚଳରେ ଥିବା ଗରୀବ ବେକାରୀ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଥଇଥାନ କରିବା ଉଦ୍ଦେଶ୍ୟରେ ଦୋକାନ ଘର ନିର୍ମାଣ କରାଯାଇଥିଲା। ଲଟେରୀରେ ମାଧ୍ୟମରେ ଆବଣ୍ଟନ ହୋଇଥିବା ଘର ଗୁଡ଼ିକ ଅଧିକାଶଂ ଥିଲାବାଲା ବ୍ୟକ୍ତି ପାଇଥିବା ଅଭିଯୋଗ ହୋଇଛି। ବହୁ ପ୍ରତିକ୍ଷିତ ବସଷ୍ଟାଣ୍ଡ ଦୋକାନ ଘର ବଣ୍ଟନ ହେଲାସତ ନିମାପଡ଼ା ଏନ.ଏ.ସିର ଲୋକମାନଙ୍କ ଦ୍ବାରା ନିର୍ବାଚିତ ପରିଷଦ ସ୍ଥାନୀୟ ଯୁବକକମାନଙ୍କ ସ୍ବାର୍ଥ କୁ ଦୃଷ୍ଟି ନଦେଇ ପ୍ରତ୍ୟେକ ଦୋକାନ ଘରର ମାସିକ ଭଡ଼ା ଏନ.ଏ,ସି ୩୬ ଶହ ଟଙ୍କାଧାର୍ଯ୍ୟ କରିଥିବାରୁ ଭଡ଼ାକୁ ନେଇ ନିମାପଡ଼ା ବ୍ଲକ କଂଗ୍ରେସ ସଂଯୋଜକ କାଳନ୍ଦୀ ବାରିକ ତୀବ୍ର ସମାଲୋଚନା କରିଛନ୍ତି। ଏନ.ଏ.ସି କାଉନସିଲମାନେ ସ୍ଥାଣୁ ହୋଇ ବସିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବମୟ କର୍ତ୍ତା ସାଜିଛନ୍ତି। ସୁଚାନରୁ ୧୨ ଟି ଦୋକାନ ଘର ଆବଣ୍ଟନ ପାଇଁ ୭୦ ଜଣ ବ୍ୟକ୍ତି ଆବେଦନ କରିଥିବାରୁ ଲଟେରୀ କରିବାର ଆବଶ୍ୟକତା ପଡ଼ିଥିଲା। ଲଟେରୀ କରାଯାଇ ଦୋକାନ ଘର ଆବଣ୍ଟନ କରାଯାଇଛି। ଆବଣ୍ଟନ ସମୟରେ ଅଧ୍ୟକ୍ଷା ସସ୍ମିତା ସାହୁ ଉପାଧ୍ୟକ୍ଷ ସନ୍ତୋଷ ଦାଶ, କାନସିଲର ଧନୁର୍ଦ୍ଧର ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ପରିମଳ ଅଧିକାରୀ ବିଜୟ ଗ୍ରହଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।