ନଳକୁପ ଅଚଳ, ଧାନ ଶୁଖାଇବା ପାଇଁ ବ୍ୟବହାର କରୁଛନ୍ତି ପ୍ଲାଟଫର୍ମ
ନିମାପଡ଼ା, ୨୯/୫(ଏପିନ୍ୟୁଜ) ନିମାପଡ଼ା ଅଞ୍ଚଳରେ ଉତ୍କଟ ପାଣିସମସ୍ୟା ଦେଖାଦେଇଛି। ଗ୍ରାମଗୁଡ଼ିରେ ଥିବା ସରକାରୀ ନଳକୂପ ଗୁଡ଼ିକ ଅଚଳ ହୋଇପଡ଼ିଛି। ଏହି ଗ୍ରାମରେ ସରକାରୀ ନଳକୂପ ୪ଟା ଥିବାବେଳେ ସେଥିରୁ ୨ ନଳକୂପ ଅଚଳ ହୋଇପଡ଼ିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରିରହିଥିବାରୁ ଗ୍ରାମର ନଳକୂପ ଅଚଳ ପିଇବା ପାଣି ସମାସ୍ୟା ଉତ୍କଟ ଆକାରର ଧାରଣ କରିଛି ଲୋକମାନଙ୍କ ସୁବିଧାପାଇଁ ନଳକୂପ ଗୁଡ଼ିକରେ ପ୍ଲାଟଫର୍ମ ନିର୍ମାଣ କରାଯାଇଥିଲା ଏହି ସମୟରେ ନଳକୂପରୁ ପାଣି ବାହରିବା ବନ୍ଦ ହୋଇଯାଇଥିବାରୁ ଲୋକମାନେନଳକୂପ ପ୍ଲାଟପର୍ମକୁ ଧାନଖଳାଭାବେ ବ୍ୟବହାରକରୁଛନ୍ତି। ଖରାରେ ପ୍ଲାଟଫର୍ମଉପରେ ଧାନଶୁଖାଛନ୍ତି।ଭିଲିଗ୍ରାମ ପଞ୍ଚାୟତର ଭିଲିଦେଉଳି ଗ୍ରାମ ମହାରଣାସାହି ବାସିନ୍ଦାଙ୍କ ପାଇଁ ବସାଯାଇଥିବା ନଳକୂପଟି ଅଚଳ ହୋଇପଡ଼ିଛି। ନଳକୂପ ଅଚଳ ହୋଇପଡ଼ିଥିବାରୁ ଗ୍ରାମର ଲୋକମାନେ ନଳକୂପ ପାଇଁ ନିର୍ମାଣ ହୋଇଥିବା ଫ୍ଲାଟଫର୍ମରେ ଧାନ ଖଳାକରି ଖରାରେ ଧାନ ଶୁଖାଉଥିବା ଦେଖିବାକୁ ମିଳିୁଛି। ସମଗ୍ର ନିମାପଡ଼ା ଅଞ୍ଚଳରେ ଭୁତଳ ଜଳସ୍ତର ୮ମିଟର ତଳକୁ ଖସିଯିବାରୁ ଶତାଧିକ ନଳକୂପ ଅଚଳ ହୋଇପଡ଼ିଛି। ପିଇବା ପାଣି ସମାସ୍ୟା ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତରେ ଗୁରୁତର ସଂଙ୍କଟ ଭାବରେ ଦେଖାଦେଇଛି। ଭିଲିଦେଉଳି ର ମହାରଣା ସାହି ବାସିନ୍ଦା ପିଇବା ପାଣି ପାଇବାପାଇଁ ୫ଶହମିଟର ଦୂରରେ ଥିବା ଭିଲିଦେଉଳି ଗ୍ରାମକୁ ମହିଳାମାନେ ଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। (ଫଟ)