ନୟାସବେରା ନିମାପଡା ଯୂଥ ଟ୍ରଷ୍ଟ ତାହାର ୬ଷ୍ଟ ବାର୍ଷିକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ସ୍ଵେଚ୍ଚାସେବୀ ସମ୍ମାନ – ୨୦୨୫
ନିମାପଡ଼ା, (ଏ.ପି ନ୍ୟିୁଜ)ମାପଡା ର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ନୟାସବେରା ନିମାପଡା ଯୂଥ ଟ୍ରଷ୍ଟ ତାହାର ୬ଷ୍ଟ ବାର୍ଷିକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ସ୍ଵେଚ୍ଚାସେବୀ ସମ୍ମାନ – ୨୦୨୫ ସହ ଅସ୍ମିତାର ସୁରେ ସୁରେ (ପାଇକ ଉତ୍ସବ) ପୁରୁଣା ବସ ଷ୍ଟାଣ୍ଡ (ଗଡ ଅଣ୍ଢିଆ ଗଜଲକ୍ଷ୍ମୀ ମଣ୍ଡପ) ପ୍ରାଙ୍ଗଣରେ ଗତ ତା ୧୪.୧୨.୨୦୨୫ ରିଖ ଦିନ ଅତ୍ୟନ୍ତ ଧାମ ରେ ପାଳନ ହୋଇ ଯାଇ ଅଛି । ସମାରୋହ ରେ ମୁଖ୍ୟ ଅତିଥି ଭାବେ ଜଗତସିଂପୁର ସାଂସଦ ବିଭୁପ୍ରସାଦ ତରାଇ, ପ୍ରୋଫେସର,ଇଞ୍ଜିନିଅର,ଡକ୍ଟର ମାନସ କୁମାର ଦାଶ, ରାଜ୍ୟ ସରକାରଙ୍କର ସାମ୍ବିଧାନିକ ଉପଦେଶଠା ଡ ପ୍ରଫୁଲ୍ଲ କୁମାର ମହାନ୍ତି, ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ଗୀତିକାର ଡ ପଞ୍ଚାନନ ନାୟକ, ସଶାଙ୍କ ଶେଖର ଜେନା, ସାଂସଦଙ୍କ ପ୍ରତିନିଧି ମିନଲତା ମହାନ୍ତି ଓ ଟ୍ରଷ୍ଟ ର ସଭାପତି ବିଶ୍ଵରଞ୍ଜନ ତ୍ରିପାଠୀ, ସମ୍ପାଦକ ନିର୍ମଲ ପାରିଜା ଓ ଉପଦେଷ୍ଟା ପ୍ରତାପ କୁମାର ସାବୁତ ପ୍ରମୁଖ ସଭା ମଣ୍ଡନ କରିଥିଲେ ଓ ଟ୍ରଷ୍ଟ ର ବିଭିନ୍ନ ଲୋକାଭିମୁଖୀ ସେବାମୂଳକ କାର୍ଯ୍ୟ କ୍ରମ ଉପରେ ଦୃଷ୍ଟିପାତ କରି ଭୂଯସୀ ପ୍ରସଂଶା କରିଥିଲେ। ଏହି ଅବସରରେ ଗତ ୭ ଡିସେମ୍ବର ଦିନ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ଵ ହାସଲ କରିଥିବା ୧୧୦ ଜଣ କୃତି ଛାତ୍ର ଛାତ୍ରୀ, ଓଡିଆ ଚଳଚିତ୍ର ର ୩୫ ଜଣ କଳାକାର, ଅଭିନେତା/ଅଭିନେତ୍ରୀ , ୫ଟି କୃତି ସ୍ସ୍ବେଛାସେବୀ ଓ ୪ ଗୋଟି ବିଭିନ୍ନ ଅଞ୍ଚଳରୁ ଆସିଥିବା ୬୦ ଜଣ ପାଇକ ଆଖଡା ର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ବାଲୁଗାଁ ଅଞ୍ଚଳରୁ ଆସିଥିବା ଉତ୍କଳ କନ୍ୟା ପାଇକ ଆଖଡା କଳାକାର ମାନଙ୍କ ଦ୍ଵାରା ପ୍ରଦର୍ଶିତ କୌଶଳ ଦର୍ଶକଙ୍କ ମନ ମୋହି ଥିଲା। ସଂସ୍କୃତିଆ ଧମାକା ରେ ଓଡିଶା ର ସୁନାମ ଧନ୍ଯ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ସଂଗୀତା ଦର୍ଶକଙ୍କୁ ବିଭୋର କରିଥିଲା। ଏ ସବୁ କାର୍ଯ୍ୟ କୁ ପରିଚାଳନା ଓ ସଂଯୋଜନା କରିଥିଲେ ଟ୍ରଷ୍ଟ ର ଉପଦେଷ୍ଟା ଜୀବନ ଜ୍ଯୋତି ଶତପଥି, ବିଚିତ୍ରାନନ୍ଦ ପାତ୍ର, ସମେତ ନୟାସବେରାର ଦୁଇଶହ ସଦସ୍ୟ ଉପସ୍ଥିତ ଥିଲେ
