ବିଜେଡ଼ିର ଆଭ୍ୟନ୍ତରୀଣ ନିର୍ବାଚନ ପାଇଁ ସାଙ୍ଗଠନିକ ବୈଠକ
ବିଜେଡ଼ିର ଆଭ୍ୟନ୍ତରୀଣ ନିର୍ବାଚନ ପାଇଁ ସାଙ୍ଗଠନିକ ବୈଠକ
ନିମାପଡ଼ା, ବିଜେଡ଼ିର ନିମାପଡ଼ା ବ୍ଲକର ଏବଂ ଏନଏସି ସାଙ୍ଗଠନିକ କାର୍ଯ୍ୟ ଓ ନିର୍ବାଚନ କରିବାପାଇଁ ଏକ ସାଙ୍ଗଠନିକ ବୈଠକ ହରପୁର ନିକଟସ୍ଥ ଗୋଡ଼ିମାଳ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକରେ ଏନ.ଏ.ସି ର ନିର୍ବାଚନ ଅଧିକାରୀ ଲୋକନାଥ ସାହଓୁ,ବ୍ଲକପାଇଁ ନିଯୁକ୍ତ ନୃସିଂହ ବେହେରା (ରମେଶ) ନିର୍ବାଚନ ଅଧିକାରୀ ଉପସ୍ଥିତିରେ ପଦାଧିକାରୀ ମାନଙ୍କ ନିର୍ବାଚନ କରିବାପାଇଁ ଆଲୋଚନା କରାଯାଇଥିଲା । ଗୋଷ୍ଠୀ କନ୍ଦଳକୁ ଭୁଲି ବିଜେଡ଼ିର ଦୁର୍ଗଭାବେ ପରିଚିତ ନିମାପଡ଼ାର ସାଙ୍ଗଠନିକ ଶକ୍ତି କୁ ମଜଭୁତ କରାଯିବାପାଇଁସହ ଦଳର ହୃତ ଗୈାରବକୁ ଫେରାଇଆଣିବା ବିଷୟରେ ଆଲୋଚନା କରାଯାଇଥିଲା । ନିମାପଡ଼ା ଭୋଟରମାନେ ବିଜେଡ଼ି ସହିତ ରହିଛନ୍ତି ଗତ ନିର୍ବାଚନର ଭୋଟ ଫଳାଫଳରୁ ଜଣାପଡ଼ିଛି ।ଆଗାମୀ ଦିନରେ ଆସୁଥିବା ପଚାଂୟ୍ରତ ସମିତି ଏବଂ ପରିଷଦ ନିର୍ବାଚନକୁ ମୁକାବିଳା କରିବା ଓ ରଣକୈାଶଳ ପ୍ରସ୍ତୁତ ହେବାପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ବିଜେଡ଼ିର ନେତା ଦିଲିପ ନାୟକ, ସୁବ୍ରତ ଛାଟୋଇ, ଜିଲାପରିଷଦ ସଭ୍ୟ କୁଞ୍ଜ ଲତା ସାମଲ . ସସ୍ମିତା ନାୟକ ,ରବିନ୍ଦ୍ର ମଲିକ ସତ୍ୟବାଦୀ ମହାପାତ୍ର, ଅଜୟ ଭୋଇ, ପୁର୍ଣ୍ର ଚନ୍ଦ୍ର ସାହୁ, ଦୀପକ ଦାସ, ସୁନିଲ ରଥ, ଗଙ୍ଗାଧର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଶଂଗ୍ରହଣ କରିଥିଲେ । ସାଙ୍ଗଠନିକ ବେଢଠକ ପରେ ବିଜେଡ଼ି ଦଳୀୟ ନେତାମାନେ ଉଛୁପୁର ଏବଂ ରେଞ୍ଚ ପଞ୍ଚାୟତରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।