ନିମାପଡ଼ାର ଜମିଜମା ସମାସ୍ୟାର ସମାଧାନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ନିମାପଡ଼ାର ଜମିଜମା ସମାସ୍ୟାର ସମାଧାନ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ନିମାପଡ଼ା, ୨୫/୩ ନିମାପଡ଼ା ତହସିଲ ଅନ୍ତର୍ଗତ ଅଣ୍ଢିଆ ଓ ପାଟପୁର ମୈାଜା ଅଧିନରେ ଥିବା ଜମିଜମା ସମାସ୍ୟାର ସମାଧାନ ହେବାପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ଏଯାବତ ସମାସ୍ୟାର ସମାଧାନ ହୋଇପାରୁନାହିଁ। ନିର୍ବାଚନ ବେଳେ ନିମାପଡ଼ାର ଦୀର୍ଘ ୫୦ ବର୍ଷ ଧରି ଲାଗିରହିଥିବା ଜମିଜମା ସମାସ୍ୟାର ସ୍ଥାୟୀ ସମାଧାନ କରାଯିବ ଏବଂ ପ୍ରଜାମାନଙ୍କୁ ଜମିବାଡ଼ିର ସ୍ଥାୟୀ ପଟ୍ଟା ପ୍ରଦାନକରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ନୂଆ ସରକାର ଜମିଜମା ସମାସ୍ୟାର ସମାଧାନ ପାଇଁ ଉପ-ଜିଲାପାଳ ପଦବୀର ଜଣେ ଅଫିସରଙ୍କୁ ନିମାପଡ଼ାରେ ନିଯୁକ୍ତି କଲେ। ଏହି ଅଫିସରଙ୍କୁ ସାହାଯ୍ୟ କରିବାପାଇଁ ରାଜସ୍ବ ବିଭାଗର ବିଭିନ୍ନସ୍ତାନରୁ ୧୦ ଜଣ କର୍ମଚାରୀଙ୍କୁ ଡ଼େପୁଟେସନରେ ନିମାପଡ଼ାର ଚକବନ୍ଦୀ ଅଫିସରେ ଅବସ୍ଥାପିତ କରାଯାଇ ଚକବନ୍ଦୀ କାର୍ଯ୍ୟ ତ୍ବରାନ୍ନିତ କରାଗଲା । ଏବଂ
ହାଇସ୍କୁଳ ପରିସରରେ ଚକବନ୍ଦୀ ଅଫିସ ଖୋଲିଥିଲା। ତିନି ମାସମଧ୍ୟରେ ସମାଧାନ କରାଯିବ ଅଣ୍ଢିଆ ଓ ପାଟପୁର ମୈାଜାର ପ୍ରଜାମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଗଲା। ପ୍ରଜାମାନ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା। ପ୍ରଜାମାନେ ବହୁ ବର୍ଷପରେ ସେମାନଙ୍କ ଜମିବାଡ଼ିର ସମାସ୍ୟାର ସମାଧାନ କରାଯାଇ ସରକାରଙ୍କୁ ଶେଷ ବା ଖଜଣା ଦେଇ ପାଉତି ପାଇବେ ବୋଲି ଆଶାକରିଥିଲେ। ଏହି ଦୁଇମୈାଜାର ପ୍ରଜାମାନଙ୍କ ଉପରେ ଲକ୍ଷାଧିକ ଟଙ୍କାର ଖଜଣା ଦୀର୍ଘ ବର୍ଷ ବକେୟା ପଡ଼ିରହିଛି।
ରାଜସ୍ବ ବିଭାଗ ଏହି ଦୁଇ ମୈାଜାକୁ ନଟ ଫାଇନାଲ ଘୋଷଣା କରିଥିବାରୁ ପ୍ରଜାମାନଙ୍କ ଠାରୁ ଖଜଣା ଆଦାୟକୁ ବନ୍ଦ କରାଯାଇଛି। ଅଣ୍ଢିଆ ଆର.ଆଇ ଜୀବନ ନାୟକ କହିଛନ୍ତି ପାଉତି ବହି ଆମକୁ ତହସିଲଦାର ଦେଉନାଁନ୍ତି ତେଣୁ ଆମେମାନେ ପାଉତି କାଟିବା ବନ୍ଦ କରିଦେଇଛୁ। ନିମାପଡ଼ା ଏନ.ଏ.ସି ପାଟପୁର ଏବଂ ଅଣ୍ଢିଆ ମୈାଜାକୁ ନେଇ ଗଠିତ। ଏହି ଦୁଇମୈାଜାରେ ନିମାପଡ଼ା ଉପଖଣ୍ଡର ସମସ୍ତ ସରକାରୀ ଅଫିସ, ସ୍କୁଳ ଏବଂ କଲେଜ ଗୁଡ଼ିକ ରହିଛି। ତେଣୁ ଏହି ଅଞ୍ଚଳରେ ଘର କରିରହିବା ପାଇଁ ବହୁ ଜନସାଧାରଣ ଗୃହ ନିର୍ମାଣ କରି ରହିଛନ୍ତି। କିନ୍ତୁ ରାଜସ୍ବ ବିଭାଗ ଜମିବାଡ଼ି ନଟ ପାଇନାଲ ଥିବାରୁ ସତ୍ବ ର କାଜପତ୍ର ପାଉ ନାହାଁନ୍ତି କିମ୍ବା ଜମିବାଡ଼ିର ବିକ୍ରି ଖର୍ଦ୍ଦି ହେଉନାହିଁ । ଏହି ଦୁଇ ମୈାଜାର ବହୁ ଗରିବ ପରିବାର ବାସକରିଛନ୍ତି। ସେମାନଙ୍କର ଝିଅ ବିବାହ , ପିଲାମାନଙ୍କ ଉଚ୍ଚଶିକ୍ଷିତ କରିବାପାଇଁ ବିଭିନ୍ନ ଅର୍ଥଲଗାଣ ସଂସ୍ଥାରୁ ରୁଣ ପାଉନାହାଁନ୍ତି କିମ୍ବା ବିକ୍ରି କରିପାରୁ ନାହାଁନ୍ତି।
ପ୍ରଜାମାନଙ୍କ ମଧ୍ୟରେ ଜନଅସନ୍ତୋଷ ଲାଗିରହିଛି। ଜମିଜମା ସଂକ୍ରାନ୍ତର ସମାଧାନ କେବହେବ ବୋଲି ଚକବନ୍ଦୀ ଅଧିକାରୀ ଦାୟିତ୍ବରେ ଥିବା ଅଫିସରଙ୍କୁ ପଚାରିବାରୁ ଅଣ୍ଢିଆ ମୈାଜାର ଶହେ ଏକରୁ ଉର୍ଦ୍ଦ ସରକାରୀ ଜମିକୁ ଚିହ୍ଟଟ କରାଯାଇଛି। କିନ୍ତୁ ପ୍ରଭାବଶାଳୀବ୍ୟକ୍ତିମାନେ ଏହି ଜମିକୁ ଜବର ଦଖଳ କରି ରଖିଛନ୍ତି। ତେଣୁ ପଟ୍ଟା ଗୁଡ଼ିକ ଦେବାକୁ ବିଳମ୍ବ ହେଉଛି। ନିମାପଡ଼ା ତହସିଲ ପକ୍ଷରୁ ,ହି ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଚିହ୍ନଟକରି ତସେମାନଙ୍କୁ ଜବରଦଖଲରୁ ହଟାଇବାପାଇଁ ବୁଦ୍ଦିଜିବୀମାନେ ଦାବୀ କରିଛନ୍ତି।