କବି ରମାକାନ୍ତ ରଥଙ୍କ ବିୟୋଗରେ ସ୍ମୃତି ଚାରଣ ସଭା
କବି ରମାକାନ୍ତ ରଥଙ୍କ ବିୟୋଗରେ ସ୍ମୃତି ଚାରଣ ସଭା
ନିମାପଡ଼ା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟକରୁଥିବା ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ କବି ରମାକାନ୍ତ ରଥଙ୍କ ସ୍ମତି ଚାରଣ ଉତ୍ସବ ସ୍ଥାନୀୟ ୍ର ପ୍ରୟାସ ଭବନ ସଭାଗୃହରେ ଗତ୨୫ ତାରିଖ ରାତିା ୮ଟାରେ ସଭାପତି ଶୁଭେନ୍ଦୁ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମତି ଚାଣ ସଭାରେ ବହୁ ବିଷ୍ଟ ବ୍ୟକ୍ତି ଏବଂ ଗାଳ୍ପିକମାନେ ଯୋଗଦେଇ ସ୍ୱର୍ଗତ ଆଧୁନିକ କବି ରମାକାନ୍ତ ରଥଙ୍କ ସ୍ମୃିତି ଚରଣ କରିବାସହ ଗଭୀର ଶ୍ରଦ୍ଧାଞଳି ଜ୍ଞାପନ କରିଥିଲେ ।ଅତିଥିଭାବେ ପ୍ରାକ୍ତନ ଓଡ଼ିଆ ବିଭାଗମୁଖ୍ୟ ଭାଷା ସମୂହର ଅଧ୍ୟକ୍ଷ ପ୍ରଫେସର ମନୋରଞନ ପ୍ରଧାନ,ବିଶିଷ୍ଟ କବି ବଶୀଂଧର ଷଡ଼ଙ୍ଗୀ, ମୁଖ୍ୟ ବକ୍ତଭାବେ ସ୍ଥମ୍ବକାର ଗୁରୁକଲ୍ୟାଣ ମହାପାତ୍ର, ସମ୍ମାନିତ ଅତିଥିଭାବେ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର. କ୍ଷୀରୋଦ କୁମାର ରାୟମହାପାତ୍ର, ପୁର୍ଣ୍ଣଚନ୍ଦ୍ର ଦାଶ, ଉମାଶଙ୍କର ଆଚାର୍ଯ୍ୟ ,ଭିକାରୀ ଧଳ ପ୍ରମୁଖ ଯୋଗଦେଇଆଧୁନିକ କବି ରମାକାନ୍ତ ରଥ କବିତ୍ୱ ଏବଂ ବ୍ୟକ୍ତତ୍ୱ ଅସାଧାରଣ ବୋଲି ମତ ଦେଇଥିଲେ । ସଂପାଦକ ହାଡ଼ିବଧୁଂ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପକ ଅଜୟ ଦାସ ଧନ୍ୟବାଦ ଦେଇଥିଲେ ।