ରାଜ୍ୟ

କାଦୁଅ ପୋଖରୀରୁ ଚିତ୍ରା ହରିଣ ଉଦ୍ଧାର ।

Spread It

କାଦୁଅ ପୋଖରୀରୁ ଚିତ୍ରା ହରିଣ ଉଦ୍ଧାର ।
କାକଟପୁର : ଏବେ ସାରା ବିଶ୍ୱ ରେ ପରିବେଶ ସନ୍ତୁଳନ ବିଗୁଡୁଥିବା ବେଳେ କଂକ୍ରିଟ ଜଙ୍ଗଲ ଏବଂ ବେଆଇନ ଚିଙ୍ଗୁଡ଼ି ଘେରି ପାଇଁ ଦିନକୁ ଦିନ ଜଙ୍ଗଲ ପରିବେଶ ବିଗିଡିବାରେ ଲାଗିଛି । ଯାହା ଦ୍ଵାରା ପ୍ରଭାବିତ ହେଉଛନ୍ତି ଜଙ୍ଗଲୀ ଜୀବ ଜନ୍ତୁ । ଗ୍ରୀଷ୍ମ ପ୍ରବାହ ସମୟରେ ଜଙ୍ଗଲ ରେ ଥିବା ଜୀବ ଜନ୍ତୁ ଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ଓ ପାନୀୟ ଜଳ ର ଅଭାବ ଦେଖାଦେଉଛି। ଖାଦ୍ୟ ଓ ପାନୀୟ ଜଳ ର ଅନ୍ୱେଷଣ ରେ ହରିଣ ମାନେ ବନାଞ୍ଚଳ ଛାଡ଼ି ଗାଁ ମୁହାଁ ହୋଇ ଜନବସତି କୁ ପ୍ରବେଶ କରୁଛନ୍ତି। ବାଟ ହୁଡୁଥିବା ଏହି ନିରୀହ ହରିଣ ଗୁଡ଼ିକ ଶିକାରୀ ମଣିଷ ଏବଂ କୁକୁର, ବିଲୁଆଙ୍କ ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ବିଭିନ୍ନ ସମୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବନାଞ୍ଚଳରୁ ହରିଣ ମାନେ ଚାଲିଆସି ଜନବସତିରେ ପ୍ରବେଶ କରୁଥିବା ଦେଖାଯାଉଛି।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ବିଲୁଆ ମୁଣ୍ଡୁଳି ଗ୍ରାମରେ। ଗୋଟିଏ ଚିତ୍ରାହରିଣ ନିକଟସ୍ଥ ଜଙ୍ଗଲ ରୁ ଚାଲିଆସି ଅସ୍ତରଙ୍ଗ ବନାଞ୍ଚଳ ଅନ୍ତର୍ଗତ ବିଲୁଆମୁଣ୍ଡୁଳି ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀରେ ପଡ଼ିଯାଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲା । ଏହା ଦେଖି ସେଠାରେ ଉପସ୍ଥିତ ଗ୍ରାମବାସୀ ସୁବାଷ ରାଉତ, ବାଦଲ ରାଉତ ଙ୍କ ଆପ୍ରାଣ ଉଦ୍ୟମ ଫଳରେ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗ୍ରାମର କୋଠ ଘରେ ରଖି ସେବା ଶୁଶ୍ରୁଷା କରି ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ । ଅସ୍ତରଙ୍ଗ ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ହରିଣ ଟିକୁ ଉଦ୍ଧାର କରି ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ତାକୁ ନେଇ ନେଇ ଜଙ୍ଗଲ ଛଡାଯାଇଥିଲା। ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଜଙ୍ଗଲ ମଧ୍ୟରେ ଜୀବ ଜନ୍ତୁ ମାନଙ୍କ ପାଇଁ ଯଥେଷ୍ଟ ପରିମାଣ ର ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ଗ୍ରହଣ କରିବାକୁ ପଶୁ ପକ୍ଷୀ ପ୍ରେମୀ ମାନେ ସରକାର ଙ୍କ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *