ରାଜ୍ୟ

ପ୍ରଥମ ଜିତେନ ବରାଳ ମେମୋରିଆଲ ଟୁର୍ଣ୍ଣାମେଣ୍ଟ 

Spread It
ପ୍ରଥମ ଜିତେନ ବରାଳ ମେମୋରିଆଲ ଟୁର୍ଣ୍ଣାମେଣ୍ଟ 
ନିମାପଡ଼ା,୩୧ /୩( ମିନତୀ  ପ୍ରଧନ ) ନିମାପଡା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ପ୍ରଥମ ଜିତେନ ବରାଳ ମେମୋରିଆଲ ଏକଦିବାସୀୟ ଦିବାରାତ୍ର  ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ସ୍ପୋର୍ଟ୍ସ ହଷ୍ଟେଲ, ରେନବୋ, ଭୁବନେଶ୍ୱର ପୋଲିସ ଭୁବନେଶ୍ୱର, ପୁରୀ କ୍ଲବ ଏବଂ ମୋଟ ୪ଟି ଦଳ ଭାଗ ନେଇଥିଲେ l ସ୍ପୋର୍ଟ୍ସ ହଷ୍ଟେଲ ଭୁବନେଶ୍ୱର ଓ ରେନବୋ ଭୁବନେଶ୍ୱର ମଧ୍ୟରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା l ରେନବୋ ଦଳ  ୨ — ୧ ସେଟରେ ସ୍ପୋର୍ଟ୍ସ ହଷ୍ଟେଲ ଭୁବନେଶ୍ୱରକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା l ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ପୁରୀ କ୍ଲବ ଏବଂ ଭୁବନେଶ୍ୱର ପୋଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଭୁବନେଶ୍ୱର ପୋଲିସକୁ୨ -୧ ସେଟରେ ହରାଇ ପୁରୀ କ୍ଲବ ଫାଇନାଲରେ ପ୍ରବେଶ କରିଥିଲା ଫାଇନାଲ ମ୍ୟଚରେ ପରସ୍ପରକୁ ଭେଟିଥିଲେ ପୁରୀ କ୍ଲବ ଏବଂ ରେନବୋ ଭୁବନେଶ୍ୱର l ଏକତରଫା ମ୍ୟାଚରେ ରେନବୋକୁ ସିଧାସଳ ଖ ୨ -0  ସେଟରେ ହରାଇ ପୁରୀ କ୍ଲବ ବିଜୟଳ ଲାଭ କରିଥିଲା l ଖେଳ ପରିଚାଳନା କରିଥିଲେ ଜାତୀୟସ୍ତରର ରେଫରୀ  ଶ୍ରୀକାନ୍ତ ନାୟକ,ବିଦୂତ ଭୂଷଣ ରଥ, ଦେବେନ୍ଦ୍ର କୁମାର ସେଠୀ ଏବଂ ସୁକାନ୍ତ କିଶୋର ମିଶ୍ର l ସ୍କୋରର ଭଦାୟିତ୍ୱରେ ରହିଥିଲେ ବିଦ୍ୟାଧର ମଙ୍ଗରାଜl ମୁଖ୍ୟଅତିଥି ଭାବେ ଆସୋସିଏସନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ବିଜେତା ଦଳକୁ ଟ୍ରଫି ଶହ ନଗଦ୬ ହଜାର ଟଙ୍କା ପ୍ରଦାନ କରିଥିଲେ l ସେହିଭଳି ଅନ୍ୟତମ ଅତିଥି ଭାବେ ସ୍ବର୍ଗତଃ ଜିତେନ୍ ବରାଳ ବଡଭାଇ ତଥା କ୍ରୀଡ଼ାବିତ୍ତି  ଧିରେନ ବରାଳ  ଉପବିଜେତା ଦଳକୁ ଟ୍ରଫି ଶହ ନଗ ୪ ହଜାର ଟଙ୍କା  ରଦନ କରିଥିଲେ l ଅନ୍ୟତମ ଅତିଥିଭାବେଆସୋସିଏସନ ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ, ଉପସଭାପତି ଦୋଳଗୋବିନ୍ଦ ସେଠୀ ପ୍ରମୁଖ ଯୋଗଦେଲଥିଲେ l ଆସୋସିଏସନ ସମ୍ପାଦକ ଜୀବନାନନ୍ଦ ମହାପାତ୍ରଶାରୀରିକ ଶିକ୍ଷା ଶିକ୍ଷକ ରଂଜିତ କେଶରୀ ନାୟକ , ଫୂଟବଲ ସମ୍ପାଦକ ପ୍ରକାଶ ବରାଳ,କ୍ରିକେଟ ସମ୍ପାଦକ ଅକ୍ଷୟୁ ବେହେରା,ପ୍ରଦୀପ୍ତ କୁମାର ପଣ୍ଡା, ବିଚିତ୍ରାନନ୍ଦ ପାତ୍ର, ବିରେନ କୁମାର ବରାଳ, ବିଷ୍ଣୁ ଚରଣ ସ୍ୱାଇଁ ପ୍ର. ମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *