ଭାଇଚାରାର ପର୍ବ ଇଦ ଉତ୍ସବରେ ଯୋଗଦେଲେ ଦିଲିପ ନାୟକ
ଭାଇଚାରାର ପର୍ବ ଇଦ ଉତ୍ସବରେ ଯୋଗଦେଲେ ଦିଲିପ ନାୟକ
ନିମାପଡ଼ା, ଆଜି ସର୍ବତ ିଦ ଉତ୍ସବକୁ ମୁସଲମାନ ଭାଇଭଏଣୀମାନେ ଆନନ୍ଦ ଉଲାସରେ ପାଳନ କରିଛନ୍ତି । ଆଜ ନିମାପଡ଼ା ଅଞଳରେଥିବା ବିଭିନ୍ନ ମସଜିଦ ରେ ପ୍ରଥା ଅନୁଯାୟୀ ମୁସଲମାନ ଭାଇମାନେ ନମାଜପାଠ କରିବାସହ ଏବଂ ଦାନ ଧମ କରିଥିଲେ । ଦେଶ ଏବଂ ରାଜ୍ୟର ଶୁଖ ସମୃଦ୍ଧିକାମନାକରି ମସଜିଦ ପ୍ରାର୍ଥନା କରିଥିଲେ । ନମାଜପାଠ ପରେ ବିଜେଡ଼ି ନେତା ଦିଲିପ କୁମାର ନାୟକ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ମସଜିଦକୁ ଯାଇ ମୁସଲମାନ ସଂପ୍ରଦାୟର ଭାଇମାନଙ୍କୁ ଆଲିଙ୍ଗନ କରି ସେମାନଙ୍କର ଶୁଖଓ ସମୃଦ୍ଧି ମନାସିଥିଲେ ।ନିମାପଡ଼ା ବ୍ଲକର କଳାପାଞଣ ଗ୍ରାମର ମୁସଳମାନ ସଂପ୍ରଦାୟର ପରିବାରକୁ ଯାଇ ଇଦ ମନାଇଥିଲେ । ଶ୍ରୀ ନାୟକଙ୍କସହ ସେକ ତୋହି ,ବାବୁ ବକ୍ସ, ନିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ ।