ରାଜ୍ୟ

କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଟିପିକଲ ଡ଼ିଭିଜନ ଅଫିସ ଆଗରେ ବିକ୍ଷୋଭ

Spread It

କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଟିପିକଲ ଡ଼ିଭିଜନ ଅଫିସ ଆଗରେ ବିକ୍ଷୋଭ
ନିମାପଡ଼ା, ଆଜି ମଧ୍ୟାହ୍ନରେ ପୁରୀ ଜିଲା ଭାରତୀୟ କମ୍ୟୁନିଷ୍ଟ ପାଟି ପକ୍ଷରୁ ନିମାପଡ଼ା ନିକଟସ ଦିଘାଳୋ ଠାରେ ଥିବା ବିଦ୍ୟୁତ ବଟଂନକାରୀ କମ୍ପାନୀ ଟିପିକଲ ଡ଼ିଭିଜନ ଅଫିସ ଆଗରେ ୧୦ ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିପିକଲ ନିମାପଡ଼ା ଡ଼ିଭିଜନ ପରିଚାଳ ବିଶ୍ୱଜିତ ବେହେରାଙ୍କୁ ଦାବୀପତ ବିକ୍ଷୋଭକାରୀମାନ୍ରେ ପ୍ରଦାନ କରିଛନ୍ତି । କମ୍ୟୁନିଷ୍ଟ ପାର୍ଟିର ଶହଶହ କର୍ମୀ ଶୋଭାଯାତ୍ରାରେ ଯାଇ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା, ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିବା ଗ୍ରାହଙ୍କ ର ୩ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଳ ଛାନ କରିବା , କୃଷି କ୍ଷେତ୍ରକୁ ମାଗଣା ବିଦ୍ୟୁତ ଶକ୍ତି ଯୋଗାଇଦେବା, କମ୍ବାନୀ ପକ୍ଷରୁ ଗ୍ରାମାଞଳ ଳୋକଙ୍କ ଉପରେ କରୁଥିବା ଶୋଷଣକୁ ବନ୍ଦ କରିବା ଇତ୍ୟାଦି ଦାବୀନେଇ ବିକ୍ଷୋଭ କରିଥିଳେ । ଜିଲା ସଂପାଦକ କୃଷ୍ର ଚନ୍ଦ୍ର ରାଉତ, ରାଜ୍ୟ ପରିଷଦ ସଭ୍ୟ ପ୍ରଦିପ୍ତ ମହାନ୍ତି, ଦେବେନ୍ଦ୍ର ସାହୁରାଜ୍ୟ ପରିଷଦ ସଭ୍ୟ ବିପିନ ରାଉତ, ଗୋଲକ ନାୟକ, ନିମାପଡ଼ା ସଂପାଦକ ପ୍ରଫୁଲ ସାହୁ. ଗୋପ ସଂପାଦକ ପ୍ରସନ୍ନ ଦାଶ, କାକଟପୁର ସୁରେଶ ବିଶ୍ୱାଳ କୃଷକ ନେତା ସନାତନ ପାତ୍ର , ଯୁବସାମୁଖ୍ୟରା ସନ୍ତୋଷ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *