ଜୀବିକା ମିଶନ ଅଧିନରେ କାମକରୁଥିବା କର୍ମକର୍ତାଙ୍କ ପଦବୀ ଚାଲିଯିବାଭୟରେ! ବିଡ଼ିଓଙ୍କୁ ଦେଲେ ଦାବୀପତ୍ର
ଜୀବିକା ମିଶନ ଅଧିନରେ କାମକରୁଥିବା କର୍ମକର୍ତାଙ୍କ ପଦବୀ ଚାଲିଯିବାଭୟରେ! ବିଡ଼ିଓଙ୍କୁ ଦେଲେ ଦାବୀପତ୍ର
ନିମାପଡ଼ା, ମିଶନଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଜୀବିକା ମିଶନ ଅଧିନରେ କାର୍ଯକରୁଥିବା ମହିଳା ଗୋଷ୍ଠୀ, ଠାରୁ ଆରମ୍ଭକରି ପଚାଂ ୍ରୟତ ରୁ ବ୍ଲକର ମହିଳ ମହାସଂଘର କର୍ମକର୍ତା ମାନଙ୍କ ପଦବୀ ଚାଲିଯିବାର ଆଶଙ୍କ।। ଥିବାରୁ ୫୦ରୁ ଉର୍ଦ୍ଦ ମହିଳା ଗୋଷ୍ଠୀମାନଙ୍କ କର୍ମକର୍ତା ନିମାପଡ଼ା ବିଡ଼ିଓ ଅଭିଜିତ ଷଡ଼ଙ୍ଗୀକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ପ୍ରତି ରାଜ୍ୟ ସରକୋର ନେଉଥିବା ନିଷ୍ପତିର ପୁର୍ନ ବିଚାର କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଦେଇଥିିବା ମହିଳା କର୍ମକର୍ତାମାନେ ଉଲେଖ କରିଛନ୍ତି ସେମାନଙ୍କୁ ସରକାର ସ୍କୁଟର କିଣିବାପାଇଁ ଲୋନ ଦେଇଥିଲେ । ପଦବୀ ଥିବାବେଳେ ମିଶନ ଶକ୍ତିବିଭାଗ ସେମାନଙ୍କୁ ମାସିକ ପାରିତୋଷିକ ଦେଉଥିଲା । ସେହି ପରିତୋଷିକ ଟଙ୍କାରେ ସ୍କୁଯର ରୁଣ ସୁଝୁଥିଲେ । ଏବେ ସ୍କୁଟର ରୁଣ କିପରି ସୁଝିବେ ବୋଳି ଏହି ମହିଳା କର୍ମକର୍ତାମାନେ କହିଛନ୍ତି । ଦାବୀପତ୍ର ଦେବାବେଳେ ମହିଳାମହାସଂଘର ସଭାପତି ସୈାଦାମିନ ବେହେରା ସଂପାଦକ ମମତା ରାଣୀ ପାଇକରାୟ ଉପସ୍ଥିତଥିଲେ । ଗ୍ରାମାଞ୍ଳ ଠାରୁ ବ୍ଲକ ପର୍ଯ୍ୟନ୍ତ ମହିଳା ଗୋଷ୍ଠୀମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବି କରିବା ପାଇଁ ମିଶନ ଶକ୍ତି ଅଧିନରେ କାର୍ଯ୍ୟକରୁଥିବା ମହିଳା ଗୋଷ୍ଠୀ ମାନଙ୍କର କର୍ମକର୍ତା ମାନେ ବ୍ୟାଙ୍କ ଏବଂ ଜୀବିକା ମିଶନ ସହ ସମନ୍ୱୟ ରକ୍ଷା କରିଥାନ୍ତି । ଜୀବିକା ମିଶନ ଯୋଜନା ଅନୁସାରେ ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବି କରିବା ସହାୟତା ଦେବାପାଇଁ ଗ୍ରାମାଚଂଳରେ ମହିଳା ଗୋଷ୍ଠିର କର୍ମକର୍ତା , ଏହି ୧୦ଟି ମହିଳା ଗୋଷ୍ଠୀକୁ ନେଇ କ୍ଲଷ୍ଟର ଗଠନ କରାଯାଇଛି । କ୍ଲଷ୍ଟର ଦାୟିତ୍ୱରେଜଣେ ସିଏଲଏଫ ଙ୍କୁ ଦାୟିତ୍ୱ ଦିଆଯାଇଛି । କ୍ଲଷ୍ଟର ଗୁଡ଼ିକୁ ନେଇ ପଚାଂୟତ ମହିଳା ସଂଘ ଜିପିଏଲଏଫ ନିଯୁକ୍ତି ହୋଇଛନ୍ତି । ସମଗ୍ର ପଚାଂ୍ରତର ମହିଳାମାନଙ୍କ ଜିପି ଏଲଏଫ ତଦାରଖ କରିବେ । ସେହିଭଳି ନିମାପଡ଼ା ବ୍ଲର ୩୨ ଟି ପଚାଂୟତକୁ ନେଇ ମହିଳା ମହାସଂଘ ଗଠିତ ହୋଇଛି । ବ୍ଲକର ମହିଳା ମହାସଂଘର ସଭାପତି ଓ ସଂପ।।ଦକ ସର୍ବେଚ କର୍ମକର୍ତା । ବହୁ ବର୍ଷ ଧରି ଏହି ମିଶନ ଶକ୍ତିର ନେତୃତ୍ୱ ନେଇଥିବା ମହିଳାମାନଙ୍କ ନିର୍ବାଚନ କରାନଯାଇ ସେମାନେ ପଦବୀ ଗୁଡ଼ିିକ ମାଡ଼ି ବସିଛନ୍ତି । ଗୋଟିଏ ଗୋଟିଏ ପଦବୀରେ ଦିଶନ୍ଧୀ ଧରି ରହିଛନ୍ତି । ବହୁ ଯୋଗ୍ୟ ମହିଳା ନେତୃତ୍ୱ ନେବାପାଇଁ ଆଗେଇ ଆସୁଛନ୍ତି । ବର୍ତମାନ ନେତୃତ ୍ୱନେଉଥିବା ମହିଳାମାନେ ନୂତନମାନଙ୍କୁ ବାଟ ଛାଡ଼ୁ ନାହାଁନ୍ତି । ପୁରଣା ମହିଳାମାନଙ୍କ କର୍ମକତ୍ର୍ା ନାମରେ ବହୁ ଆର୍ଥିକ ଅନିୟମିତତାର ଅଭିଯୋଗ ରହିଛି କିନ୍ତୁ ପ୍ରଭାବ ପକାଇ ଗାଦି ମାଦି ବସିଛନ୍ତି । ମିଶନ ଶକ୍ତି ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ା ୨୦୧୩ ମସିହାରେ ହୋଇଥିବ ଜୀବିକା ମିଶନର ଗାଇଡଲାଇନ଼କୁ କର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି । ଫଳରେ ଗାଦିମାଡ଼ି ବସିଥିବା ମହିଳା ଗୋଷ୍ଠୀ,ର କର୍ମକର୍ତା, ସିଏଲ ଏଫ, ପଚାଂୟତର ଜି,ଏଲ ,ଏଫ ଏବଂ ବିଏଲ.ଏଫ କର୍ମକର୍ତା ମାନଙ୍କ ମଧ୍ୟରେ ଛନକା ପଶିଛି । ସେମାନେ ଆଉ ନିର୍ବାଚିତ ହୋଇପାରବେ ନାହିଁ । ଗାଇଡ଼ ଲାଇନ଼ କହୁଛି ପ୍ରତ୍ୟେକ ପଦବୀରେ ଜଣେ ମହିଳା ଦୁଇ ବର୍ଷ ପାଇଁ ରହିବେ ଅତି ଆବଶ୍ୟକ ହେଲେ ୪ ବର୍ଷ ରହିପାରିବେ । ଉକ୍ତ ପଦବୀ । ଏହି ନିୟମକୁ କାର୍ଯ୍ୟକାରୀ କରାଗଲେ ଗ୍ରାମାଚଂଳର ମହିଳାମାନେ ମହିଳା ଗୋଷ୍ଠି ।ପଚାଂୟତ ବ୍ଲକର ନେତୃତ୍ୱ ନେବାପାଇଁ ଆଗେଇ ଆସିବେ । ନିମାପଡ଼ା ର ମହିଳାମାନେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ପଦକ୍ଷେପକୁ ସ୍ୱାଗତ କରିଥିବା ଜଣାପଡ଼ିଛି