ବୃଦ୍ଧ ଦମ୍ପତିଙ୍କୁ ମରଣl ନ୍ତକ ଆକ୍ରମଣ, କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ
ବୃଦ୍ଧ ଦମ୍ପତିଙ୍କୁ ମରଣl ନ୍ତକ ଆକ୍ରମଣ, କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ
ନିମାପଡା ୪ /୪ ଗତକାଲି ବିଳମ୍ବିତ ରାତ୍ରିରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କମଦରୀ ଗ୍ରାମରେ ଅଭାବନୀୟ ଘଟଣାଘଟିଛି l ଏହି ଘଟଣା ଏବେ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ପାଲିଟିଛି l ଘଟଣାରୁ ପ୍ରକାଶ କମଦରୀ ଗ୍ରାମର ଟେଣ୍ଟ ମାଲିକ କୁମର ଛାଟୋଇଙ୍କ ଘରେ ଗତ ୩ ତାରିଖ ବିଳମ୍ବିତ ରାତିରେ ପଶି ଦୁଇରୁ ଉର୍ଦ୍ଧ୍ବ ମୁଖାପିନ୍ଧା ଦୁର୍ବୁତ୍ତ ହାତରେ ମାରଣାସ୍ତ୍ର ଧରି ପ୍ରବେଶ କରିଥିଲେ l ପ୍ରଥମେ କୁମର ଓ ତାଙ୍କ ପତ୍ନୀ ଶୈଳବାଳାଙ୍କୁ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରି ନଗଦ ଏକ ଲକ୍ଷ ଟଙ୍କା ଶହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଆଧାରରେ ପୁଲିସ ମାମଳା ୠଜୁକରି ତଦନ୍ତ ଆରମ୍ଭ କରିଛି I କୁମର ଏବଂ ତାଙ୍କ ପତ୍ନୀ ଶୈଳବାଳା ଗୁରୁତର ହୋଇ ଏମସରେ ଭର୍ତି ହୋଇଛନ୍ତି l