ଖୁବ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି”ଆୟୁଷ୍ମାନ” ଯୋଜନା
ଖୁବ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି”ଆୟୁଷ୍ମାନ” ଯୋଜନା
ନିମାପଡା – ଖୁବଶୀଘ୍ର ଆୟୁଷ୍ମାନ କାର୍ଡର ପ୍ରଚଳନ ହେବାକୁ ଯାଉଛି l ଆସନ୍ତା ଏପ୍ରିଲ ୧୧ରୁ ରାଜ୍ୟରେ ଆୟୁଷ୍ମାନ କାର୍ଡଶୁଭାରମ୍ଭ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା l ଆଉ ମାତ୍ର ଗୋଟେ ସପ୍ତାହ ପରେ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ କାର୍ଡ। ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ୍ କାର୍ଡର ଶୁଭାରମ୍ଭ ହେବାକୁ ଯାଉଛି।ଏଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୧୦ ତାରିଖ ରାତିରେ ଭୁବନେଶ୍ୱରରେ ପହଞ୍ଚିବେ ନଡ୍ଡା।୧୧ ତାରିଖରେ ଶୁଭାରମ୍ଭ କରିବେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କିଛି ଦିନ ପୂର୍ବରୁ ଏନେଇ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ସେ କହିଥିଲେ ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏବେ ITଇଣ୍ଟିଗ୍ରେସନ ଚାଲିଥିବା ବେଳେ ଖୁବଶୀଘ୍ର ଏହି କାର୍ଯ୍ୟ ଶେଷ ହେବ । ଓଡ଼ିଶାର ପ୍ରାୟ ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇପାରିବେ ବୋଲି କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। IT ଇଣ୍ଟିଗ୍ରେସନ, କାର୍ଡ ପ୍ରିଣ୍ଟିଂ ଚାଲିଛ: ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ରାଜ୍ୟରେ ଏହି ଯୋଜନା ଲାଗୁ ପାଇଁ IT ଇଣ୍ଟିଗ୍ରେସନ ଓ କାର୍ଡ ପ୍ରିଣ୍ଟିଂ କାମ ଚାଲିଛି।
ଏଥିପାଇଁ ସମୟ ଲାଗୁଛି। ୩୪ତମ ରାଜ୍ୟ ଭାବେ ଓଡିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯୋଜନା ଲାଗୁ ହେବାକୁ ଯାଉଛି। ଓଡ଼ିଶାର ପ୍ରାୟ ସାଢେ ୩ କୋଟି ଲୋକେ ଏହି କାର୍ଡରେ ସୁବିଧା ପାଇପାରିବେ। ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସୀମା ଭିତରେ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷରେହିଁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ନାଁରେ ରହିବ ଗୋଟିଏ କାର୍ଡ। ବୟସ୍କମାନେ ଅନଲାଇନରେ କରିପାରିବେ କାର୍ଡ ଡାଉନଲୋଡ l
“ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଲାଗି ସ୍ଵତନ୍ତ୍ର ସୁବିଧା କରାଯାଇଛି। ସେମାନଙ୍କୁ ଲାଇନରେ ଛିଡା ହୋଇ ହଇରାଣ ହେବାକୁ ପଡିବନି। ସେମାନେ ଅନଲାଇନରେ ଆୟୁଷ୍ମାନ କାର୍ଡ ଡାଉନଲୋଡ କରିପାରିବେ। ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଭାରତ ମନ୍ଦିର ରହିବ l ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର। ଆୟୁଷ୍ମାନ ଭାରତ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ। ଏଥିରେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ।” ଅନ୍ୟପଟେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ” ୨୦୧୮ ମସିହାରୁ ସାରା ଦେଶରେ ଆୟୁଷ୍ମାନ ଭାରତ ଲାଗୁ କରାଗଲାଣି। ୩ଟି ରାଜ୍ୟ ରାଜନୈତିକ ଦଳର ହୀନମାନ୍ୟତା ପାଇଁ ଲାଗୁ କରି ନଥିଲେ। ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ। ଶେଷରେ ଏହା ଲାଗୁ ହେବାକୁ ଯାଉଛି।”
କଣ ରହିଛି ସୁବିଧା: ପ୍ରତି ପରିବାରକୁ ମିଳିବ ଗୋଟିଏ କାର୍ଡ ସାଢେ ୩ କୋଟି ଲୋକେ ପାଇବେ ସୁବିଧା ସମ୍ପୂର୍ଣ୍ଣ କ୍ୟାସଲେସ ଚିକିତ୍ସା ସୁବିଧା ରହିବ କାର୍ଡରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ସୁବିଧା ତାଲିକାଭୁକ୍ତ ହସ୍ପିଟାଲରେ ମାଗଣା ଚିକିତ୍ସା କେଉଁ ମାନେ ଯୋଗ୍ୟ: ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବାହାର ରାଜ୍ୟରେ ରହୁଥିବା ଲୋକେ ବି ପାଇବେ ସୁବିଧା E- kyc ଡାଟା ବେଶ ଆଧାରରେ କାର୍ଡ ମିଳିବ BSKY ହିତାଧିକାରୀଙ୍କୁ ବି ସୁବିଧା ମିଳିବ