ତୀର୍ଥଯାତ୍ରୀଙ୍କ ବସ ଓଲଟିଲା । ଜଣେ ମୃତ ।
ତୀର୍ଥଯାତ୍ରୀଙ୍କ ବସ ଓଲଟିଲା । ଜଣେ ମୃତ ।
ତୀର୍ଥଯାତ୍ରୀଙ୍କ ବସ ଓଲଟିଲା । ଜଣେ ମୃତ । ଆହତ ମାନଙ୍କୁ ନେଇ କ୍ୟାପିଟାଲ ହସପିଟାଲ ଯାଉଥିବା ଆମ୍ବୁଲାନାସ ଦୁର୍ଘଟଣାର ସମ୍ମୁଖୀନ ଭୂବନେଶ୍ୱର , ବଙ୍ଗାଲାଦେଶର ହିନ୍ଦୁ ତୀର୍ଥଯାତ୍ରୀମାନଙ୍କୁ ନେଇ ଦୁଇଟି ବସ ପୁରୀ ଯାତ୍ରା କରୁଥିବା ସମୟରେ ଉତରା ଛକ ନିଟସ୍ଥ ସିଫା ଆଗରେ ତୀର୍ଥ ଯାତ୍ରୀଙ୍କ ବସ ମଧ୍ୟରୁ ଆଗରେ ବସଟି ରାତି ୩ଟା ସମୟରେ ଚାଳକକୁ ନିଦ ଲାଗିଯିବାରୁ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଖାତକୁ ଓଲଟି ପଡ଼ିଥିଲା । ତୀର୍ଥ ଯାତ୍ରୀମାନଙ୍କୁ ମଧ୍ୟରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ୨୦ରୁ ଉର୍ଦ୍ଧ ଆହତ ଓ ମୃତ୍ୟ ତୀର୍ଥ ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ ।ୁ ଆହତହୋଇଥିବା ତୀର୍ଥ ଯାତ୍ରୀଙ୍କୁ ଆମ୍ବୁଲାନସ ଯୋଗେ କ୍ୟାପିଟାଲ ହସପିଟାଳକୁ ନିଆଯାଉଥିବାବେଳେ ଶିଶୁଭବନ ଛକ ଓଭର ବ୍ରିଜ ନିକଟରେ ଥିବା ବ୍ୟାରିକେଡ଼ରେ ମାଡ଼ କରି ଦୁର୍ଘଟଣା ସସମ୍ୁଖୀନ ହୋଇଥିଲା । ସୂଚନା ଯୋଗ୍ୟ ବାଙ୍ଗଲାଦେଶର ଶହେ ଜଣ ବରିଷ୍ଠ ନାଗରିକ ଏବଂ ୧୭ ଜଣ ଛୋଟପିଲାଙ୍କୁ ନେଇ ଭାରତକୁ ତୀର୍ଥ ଯାତ୍ରା କରିବାକୁ ଆସିଥିଲେ । ତୀର୍ଥ ଯାତ୍ରୀମାନେ ଆଯୋଧ୍ୟା ବୁଲିବାପରେ ବୃନ୍ଦାବନ ଯାଇ ସେଠାରୁ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ ପୁରୀଅଭିମୂଖେ ୨ଟି ବସରେ ଯାତ୍ରାକରୁଥିଲେ । ଆଗପଛ ହେଉଯାଉଥିବା ଯାଉଥିଲେ । ରାଜ୍ୟସରକାରଙ୍କ ପକ୍ଷରୁ ବାଙ୍ଗଳାଦେଶ ଦୂତାବାସ ସହିତ ଯୋଗେଯୋଗ କରାଯାଉଥିବା ସୁଚନା ମିଳିଛି । ଆହତ ଯାତ୍ରୀମାନଙ୍କୁ
ଚିକିତ୍ସାସୁବିଧା ଯୋଗାଇ ଦିଆଯାଇଛି ।