ବର୍ଷା ଧୋଇ ନେଲା ମୁଗ ଫସଲ ।
ବର୍ଷା ଧୋଇ ନେଲା ମୁଗ ଫସଲ ।
ନିମାପଡ଼ା,ଗତ ୨୨ତାରିଖରେ କାଳବୈଶାଖୀ ପ୍ରଭାବରେ ନିମାପଡ଼ା ବ୍ଲକ ଅଚଂଳରେ ଭଲ ବର୍ଷା ହେବା ଫଳରେ ଶହଶହ ଏକର ଚାଷଜମିରେ ଫୁଲ ଉଡ଼ାଉଥିବା ମୁଗ ଫସଲ ନଷ୍ଟ ହେବାସହ ବିଲ ଗୁଡ଼ିକରେ ଫୁଟେ ଉଚ୍ଚରେ ବର୍ଷାପାଣି ଠିଆହୋଇଛି । ବର୍ଷା ପାଣିରେ ବୁଡ଼ିରଡିଥିବା ମୁଘ ଗଛ ଗୁଡ଼ିକ ସଢି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ନିମାପଡ଼ା ବ୍ଲକ ଅନ୍ତଗର୍ଜତ କୋଟ କୋଟକୋସାଙ୍ଗ ପଞାୟତର ବେରୁହଁ ଶାସନ ଗ୍ରାମରେ ୫୦ ଏକରରୁ ଉର୍ଦ୍ଦ ଜମିରେ ଉନ୍ନତ କିସମର ମୁଗ ଚାଷ କରାଯାଇଥିଲା ମୁଗ ଚାଷକୁ ରୋଗ ଏବଂ ପୋକ ଦାଉରୁ ରକ୍ଷା କରିବାପାଇଁ ଚାଷୀମାନେ ଓ÷ଷଧ ଏବଂ ପଡ଼ିଆ ପକାଇଥିଲେ ଅଧିକ ଉପାର୍ଜନ କରିବାପାଇଁ ।ଏହି ସମୟରେ ଫୁଲ ଫୁଟିବା ସମୟରେ ବର୍ଷା ମାଡ଼ରେ ଗଛରୁ ସମସ୍ତ ଫୁଲ ଝଡ଼ିଯାଇଛି । ବିଲରେ ମୁଗ ଗଛ ଗୁଡ଼ିକ ପାଣିରେ ବୁଡ଼ିରହିବାକାରଣରୁ ଗଛ ମୂଳଗୁଡ଼ିକ ସଢିଯାଇ ମରିଯିବ ବୋଲି ଚାଷୀମାନେ ଅଶଙ୍କା ପଅକାଶ । କରିଛନ୍ତି । ଗତ ଖରିଫ ଚାଷ ସମୟରେ ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ କ୍ଷତି ହୋଇଥିଲା ରବି ରୁତୁରେ ମୁଗଭଳି ଅର୍ଥକାରୀ ଫସଲ କାଳବୈଶାଖ ୀ ପ୍ରଭାରେ ମୁଗ ଫସଲ ନଷ୍ଟ ହୋଇଗଲା ଚାଷୀ ସଦାନନ୍ଦ ରାଉତ, ଚକ୍ରଧର େ;ବହେରା, ପ୍ରସାଦ ରାଉତ, ଫଗୁ ବେହେରା,ଉପେନ୍ଦ୍ର ସାହ,ୁ ଭାଗ୍ୟଧର ବେହେରା, ଅପର୍ତି ସାହୁ, ନାରାୟଣ ସା.ୁ ପ୍ରହଲାଦ ବିଶ୍ୱାଳ, ଗୁଣମଣି ବେହେରା, ପୂର୍ଣ୍ଣ ବେହେରା, ଅଭିମନ୍ୟୁ ବେହେରା ପ୍ରମୁଖ ମୁଗ ଚାଷୀମାନେ କ୍ଷତିପୂରଣ ଦେବାପାଇଁ କୃଷି ବିଭାଗ ନିକଟରେ ଦାବୀ କରିଛନ୍ତି