ଇ ତିନି ଚକିଆଯାନର ସୋରୁମ ଖୋଲିଲା
ଇ ତିନି ଚକିଆଯାନର ସୋରୁମ ଖୋଲିଲା
ନିମାପଡ଼ା, (ଏ.ପି ନିଉଜ) ନିମାପଡ଼ା ମହିଳା କଲେଜ ଛକରେ ତିନି ଚକିଆ ଯାନର ଦିଶା ମୋଟର ନାମରେ ଏକ ନୂତନ ସୋରୁମ ଉଦଘାଟିତ ଶ୍ରୀରାମ ନବମୀ ଦିନ ଉଦଘାଟିତ ହୋଇଛି । ଏହି ଦିଶା ସୋରୁମରେ ଇ, ତିନିଚକିଆ ଯାନର ତିିନୋଟି ମଡ଼େଲ ବିକ୍ରପାଇଁ ଉପଲବଧ ଏବଂ କମ୍ପାନୀର ତିନୋଟି ମଡ଼େଲ ସୋରୁମରେ ପ୍ରଦର୍ଶନ କରାଯାଇଛି । ଏହି ମଡ଼େଲ ଗୁଡ଼ିକ ମଧ୍ୟରେ ଦୁଇଟି ମଡ଼େଲ ଯାତ୍ରୀ ପରିବହନ ଏବଂ ଗୋଟିଏ ମଡ଼େଲ ମାଲ ପରିବହନ ପାଇଁ ଉଦ୍ଦିଷ୍ଟ । ଛୋଟ ଚାଷୀ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ନେଇ ବଜାରରେ ପହଁଚାଂଇବେ ଏବଂ ଛୋଟ ବ୍ୟବସାୟୀମାନଙ୍କ ପାଇଁ ଡ଼ାଲା ଥିବା ଇ-ତିନିଚକିଆଯାନରେ ମାଲ ପରିବହନ କରିପାରିବ । ଏହି ଇ- ତିନଚକିଆଯାନ ସଂମ୍ପୂର୍ଣ୍ଣ ନିରାପଦଯୁକ୍ତ ବୋଲି ସୋରୁମର ପରିଚାଳନା ପାର୍ଟନର ପରିଚାଳକ ନବଘନ ସାହୁ କହିଛନ୍ତି । ପ୍ରଥମ କରି ପୁରୀ ସହର ବାହୋରେ ଜିଲାର ଏକ ପ୍ରମୁଖ ଅଚଂଳଭାବେ ନିମାପଡ଼ା ପରିଚିତ । ନିମାପଡରେ ବିକ୍ରୟ ,ବଂ ପରବର୍ତୀ ସେବା ଯୋଗାଇଦେବା ପାଇଁ ସୋରୁମ ଖୋଲାଯାଇଛି । ବିକ୍ରୟ ପରବର୍ତୀ ସେବା ଉପରେ କମ୍ପାନୀ ବିଶେଷ ଗୁରୁତ୍ୱଆରୋପ କରିଛି । ସମସ୍ତ ଗ୍ରାହମାନଙ୍କ ପାଇଁ ସ୍ୱତନ୍ତ୍ର ପୁରଷ୍କାର ବ୍ୟବସ୍ଥା ରହିଛି ବୋଲି ନିମାପଡ଼ା ଶାଖାର ପରିଚାଳକ ରତିରଞନ ଦାସ କହିଛନ୍ତି ।