ଅଣ୍ଢିଆ ମୈାଜାବାସୀ ପାର୍ଚ୍ଚା ଓ ସୂଚନା ପତ୍ର ପାଇବା ପାଇଁ ଚକବନ୍ଦୀ ଅଧିକାରୀଙ୍କୁ ଦାବୀ ପତ୍ର
ଅଣ୍ଢିଆ ମୈାଜାବାସୀ ପାର୍ଚ୍ଚା ଓ ସୂଚନା ପତ୍ର ପାଇବା ପାଇଁ ଚକବନ୍ଦୀ ଅଧିକାରୀଙ୍କୁ ଦାବୀ ପତ୍ର
ନିମାପଡ଼ା,(ଏ.ପି ନ୍ୟୁଜ) ନିମାପଡ଼ା ତହସିଲଅନ୍ତର୍ଗତ ଅଣ୍ଢିଆ ରାଜସ୍ୱ ମୈାଜାର ଜନସାଧାରଣ ଜିମିବାଡ଼ି ଖତିୟାନାକାଗଜପତର ପାର୍ଚ୍ଚା ଏବ୍ରଂ ସୂଚନା ପତ୍ର ପ୍ରତି ଜମି ମାଲିକଙ୍କୁ ଯୋଗାଇଦେବାପାଇଁ ଚକବନ୍ଦୀ ଅଧିକାରୀଙ୍କ ଅଫିସରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ସୁଚନାରୁ ପ୍ରକାଶ ନିମାପଡ଼ା ଅଚଂଳରେ ଚକବନ୍ଦୀ ହେବାର ୫୦ ବର୍ଷ ଅତିକ୍ରମ କରିବାକୁ ବସିଲାଣି ନିମାପଡ଼ା ତହସିଲ ଅନ୍ତିର୍ଗତ ଅଣ୍ଢ୍ରିଆ ମୈାଜାର ଆଜି ପର୍ଯ୍ୟନ୍ତ ଚକବନ୍ଦୀ କାର୍ଯ୍ୟ ସମାପ୍ତ ହୋଇପାରୁନାହିଁ । ଚକବନ୍ଦୀ କାର୍ଯ୍ରାଳୟରୁ ଖତିୟାନା ବୃତିର ଚୂଡ଼ାନ୍ତ ତାଲିକା ପୁସ୍ତକର ପ୍ରକାଶ ଅହେତୁକ ବିଳମ୍ବ ହେଉଥିବାରୁ । ଏହି ମୈାଜାର ଜମିମାଳିକମାନେ ଆବଶ୍ୟକ ହେଉଥିବା ସମୟରେ ଯଥା ସାମାଜିକ କାର୍ଯ୍ୟ, ଗୃହରୁଣ, ପିଲାମାନଙ୍କ ପାଠ ପଢାଖର୍ଚ୍ଚ , ବ୍ୟତିଗତ ରୁଣ ଇତ୍ୟାଦି କରିବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖତିୟାନା ଜମିର ସୁଚନା ପ୍ରଦାନ ନିମନ୍ତେ ଚକବନ୍ଦୀ ଅଫିସରଙ୍କୁ ଏକ ଦାବୀପତ୍ର କୈଳାସ ଛାଟୋଇ, ନିମାଇଁ ଚରଣ ପରିଡ଼।। ,ନବଘନ ମଲ୍ଲିକ , ବୁଢା ସେଠୀ , କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ନେତୃତ୍ୱରେ ଅଣ୍ଢିଆ ମୈାଜା ବାସୀ ପ୍ରଦାନ କରିଛନ୍ତି । ଚକବନ୍ଦୀ ଅଫିସ ଦାୟିତ୍ୱରେ ଥିବା ଉପଜିଲାପାଳଙ୍କ ଅନୁପସ୍ଥିତିରେ ତାଙ୍କ ସହକାରୀ ଅଫିସରେ ପ୍ରଦାନ କରାଯାଇଛି ।