ରାଜ୍ୟ

କୋଟକୁସାଙ୍ଗ ଗ୍ରାମବାସୀଙ୍କ ବର୍ବରତା , ନାବାଳକକୁ ବିଦ୍ୟୁତ ଖୁନ୍ଟରେ ବାନ୍ଧି ସିଗାରେଟ ଚେଙ୍କ.୩ ଅଟକ

Spread It

କୋଟକୁସାଙ୍ଗ ଗ୍ରାମବାସୀଙ୍କ ବର୍ବରତା , ନାବାଳକକୁ ବିଦ୍ୟୁତ ଖୁନ୍ଟରେ ବାନ୍ଧି ସିଗାରେଟ ଚେଙ୍କ.୩ ଅଟକ
ବଳଙ୍ଗା ତା-୨୦-୪- ଶନିବାର ବିଳମ୍ବିତ ରାତିରେ ବଳଙ୍ଗା ଥାନ କୋଟକୁସାଙ୍ଗ ଗ୍ରାମବାସୀଙ୍କ ବର୍ବରତା ସାମ୍ନାକୁ ଆସିଛି । ଗ୍ରାମବାସୀ ମାନେ ମେଳଣରେ ଗଣ୍ଡଗୋଳ କରିବା ସନ୍ଦେହରେ ୨ଜଣ ନାବାଳକଙ୍କୁ ବିଦ୍ୟୁତ ଖୁନ୍ଟର ବାନ୍ଧି ସିଗାରେଟ ଚେଙ୍କ ଦେଇ ପରିଶ୍ରା ପଆଇଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଏନେଇ ରବିବାର ଦିନ ପିଡିତ ନାବାଳକ ମାନଙ୍କ ପରିବାର ପକ୍ଷରୁ ବଳଙ୍ଗା ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ କୋଟକୁସାଙ୍ଗ ଗ୍ରାମର ୨ଜଣ ଓ ବଳଙ୍ଗା ପ୍ରଧାନ ସାହି ଗ୍ରାମର ଜଣଙ୍କୁ ଥାନରେ ଅଟକ ରଖିଛି ପୁଲିସ । ଏହି ଘଟଣା ଅଂଚଲରେ ଚର୍ଚ୍ଚା ବିଷୟ ହୋଇଥିଲାବେଳେ ଦୋଷୀମାନଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଟାନ ପାଇଁ ସାଧାରଣରେ ଦାବି ହୋଇଛି । ସୁଚନା ମୁତାବକ କୋଟକୁସାଙ୍ଗ ଗ୍ରାମରେ ମେଳଣ ପାଇଁ ଗତକାଲି ରାତି ୨ଟାରେ ଜମାଣ ଉତ୍ସବ ଚାଲିଥିଲା । ଶୋଭାଯାତ୍ରା ଚାଲିଥିବା ବେଳେ ବଳଙ୍ଗା ପ୍ରଧାନ ସାହି ଓ କୋଟକୁସାଙ୍ଗ ଗ୍ରାମର ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଖବର ପାଇ ବଳଙ୍ଗା ପୁଲିସ ଘଟଣା ସ୍ଥଳର ପହଂଚି ପରିସ୍ତିତିକୁ ନିୟନ୍ତ୍ରଣ କରିଥିଲା ବେଳେ ପ୍ରଧାନ ସାହିର ଜଣେ ଯୁବକକୁ ଆଣିଥାନାରେ ଅଟକ ରଖିଥିଲା । ପୁଲିସ ଚାଲିଯିବା ପରେ ମେଳଣ ଦେଖିବାକୁ ଯାଇଥିବା ବଳଙ୍ଗା ଅଂଚଳର ୨ଜଣ ନାବାଳକଙ୍କୁ କୋଟକୁସାଙ୍ଗ ଗ୍ରାମର କେତେକ ଯୁବକ ସେମାନଙ୍କୁ ପ୍ରଧାନ ସାହିର ବୋଲି ସନ୍ଦେହକରି ସେମାନଙ୍କୁ ବିଦ୍ୟୁତ ଖୁଣ୍ଠରେ ବାନ୍ଧି ଲୁହା ରଡରେ ପିଟିବା ସହ ସିଗାରେଟ ଚେଙ୍କ ଦେଇ ପରିଶ୍ରା ପିଆଇ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଅପର ପକ୍ଷରେ ଗତକାଲି ଗ୍ରାମରେ ମେଳଣ ଚାଲିଥିବା ବେଳେ ୬ଜଣ ଦୁର୍ବୁତ ଜଣେ ବ୍ୟକ୍ତିଙ୍କ ଘରେ ପଶି ସୁନା ଅଳଙ୍କାର ଚୋରୀ କରିନେଇଯିବା ସମୟରେ ଗ୍ରାମବାସୀ ମାନେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଅଟକ ରଖଥିଲା ବେଳେ ଅଟକ ଥିବା ନାବାଳକ ମାନଙ୍କ ଗ୍ରାମର କେତେକ ୍‌ଯୁବକ ମାନେ ପହଂଚି ଘଟଣା ପରେ ବୁଝା ହେବ କହି ନାବାଳକ ମାନଙ୍କୁ ନେଇଯାଇଥିଲେ ବୋଲି ଗ୍ରାମର ଜନୈକା ବୃ୍‌ଦ୍ଧା ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *