ରାଜ୍ୟ

ମହିଳାଙ୍କ ଉପରେ ଚଢିଗଲା ବାଲି ବୋଝେଇ ହାଇୱା । ମହିଳା ଗୁରୁତର

Spread It

ମହିଳାଙ୍କ ଉପରେ ଚଢିଗଲା ବାଲି ବୋଝେଇ ହାଇୱା । ମହିଳା ଗୁରୁତର
ନିମାପଡ଼ା ,- ହାଇୱା ଚଳାଚଳ ପାଇଁ ପୁଲିସ କରିଥିବା ଆଇନକୁ ମାନୁ ନାହାଁନ୍ତି ହାଇୱା ଚାଳକ । ବାରମ୍ବାର ହାଇୱା ଗୁଡ଼ିକ ଦୁଘଁଟଣା ଘଟାଇବାରୁୁ ପୁଲିସ ହାଇ୍‌ବା ଚଳାଚଳ ଉପରେ କଟକଣା ଲଗାଇଥିଲେ ପୁଲିସ କରିଥିବା ନିୟମକୁ ଭାଙ୍ଗି କାହା ଅନୁମତିରେ ଦିନ ୧୧ଟାରେ ହାଇୱା ଯାଉଥିଲା । ମିଳିଥିବା ସୁଚନାରୁ ପ୍ରକାଶ ଥାନା ବାଟ ଦେଇ ଦୁର୍ଘଟଣା ଘଟାଇଥିବା ହାଇୱା ଯାଇଛି । ନିମାପଡ଼ା ବ୍ଲକ ଅନ୍ତର୍ଗତ ବାମନାଳ ପଚାଂୟତ ର ବଡ ଼ନିନିଗାଁ ରୁ ଜୈନିକା ମହିଳା ନିଜଝିଅ ସହିତ ସ୍କୁଟର ପଛରେ ବସି ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ହେବାପାଇଁ ଆସୁଥିଲେ । ପାଟପୁର ଗ୍ରାମ ଭିତରେ ଥିବା ବଡ଼ପୋଖରୀ ନିକଟରେ ନିମାପଡ଼ାରୁ ବାମନାଳ ପଟକୁ ଯାଉଥିବା ଓଡ଼ି୦୫ବିଏମ୯୨୨୩ ନମ୍ବରର ଏକ ଚିପସ ବୋଝେଇ ହାଇୱା ଚକତଳେ ସ୍କୁଟର ପଛରେ ବସିଥିବା ମହିଳାଜଣକ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ । ଏହି ସମ୍ରରେ ବିପରିତ ଦିଗରୁ ଆସୁଥିବା ହାଇୱା ପଛ ଚକତଳେ ପଡ଼ିଯାଇଥିଲେ । ହାଇୱା ମହିଳା ଗୋଡ଼ ଉପରେ ଚଢିଯାଇଥିଲା । ମହିଳା ଗୁରୁତର ଥିବାରୁ ଘଟଣାସ୍ଥଳରୁ ତାଙ୍କ ୁ ଚିକିତ୍ସାପାଇଁ ଭୂବନେନଶ୍ୱର ନିଆଯାଇଛି । ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ହାଇୱାକୁ ଜବତ କରିଛି । ମହିଳାଙ୍କ ନାମ ଜଣାପଡ଼ିନାହିଁ କିନ୍ତୁ ତାଙ୍କ ଘଣ ବଡ଼ ନିନିଗାଁରେ ବୋଲି ସୁଚନା ମିଳିଛି( ଫଟ)

Leave a Reply

Your email address will not be published. Required fields are marked *